ଜାତୀୟ ଖୋଖୋରେ ଓଡ଼ିଶା ମହିଳାଙ୍କୁ କା˚ସ୍ୟ

କଟକ: ଛତିଶଗଡ଼ରେ ଚାଲିଥିବା ୫୩ତମ ଜାତୀୟ ବରିଷ୍ଠ ଖୋଖୋ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ପ୍ରଥମ ଥର ପାଇଁ କା˚ସ୍ୟ ପଦକ ଜିତିଛି। ପ୍ରଥମଥର ଓଡ଼ିଶା ମହିଳା ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା ବେଳେ ବିମାନବନ୍ଦର ପ୍ରାଧୀକରଣଠୁ ପରାସ୍ତ ହୋଇଥିଲା। ଓଡ଼ିଶା ୪ ଓ ବିମାନବନ୍ଦର ପ୍ରାଧୀକରଣ ୮ ପଏଣ୍ଟ୍‌ ପାଇଥିଲେ। ତେବେ ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚ୍‌ରେ କୋଲାପୁରକୁ ହରାଇ ଓଡ଼ିଶା କା˚ସ୍ୟ ପଦକ ହାସଲ କରିଛି। ଏହି ମ୍ୟାଚ୍‌ରେ ସସ୍ମିତା ନାଥ ଶର୍ମା ୧.୫୦ ସେକେଣ୍ଡ ଦୌଡ଼ିଥିବା ବେଳେ ସାବିଲା ଖାତୁନ ୧.୫୦ ସେକେଣ୍ଡ ଓ ୧ ପଏଣ୍ଟ୍‌, ମନ୍ଦାକିନୀ ମାଝୀ ୫୦ ସେକେଣ୍ଡ ଓ ୧ ପଏଣ୍ଟ, ସବନମ୍‌ ଖାତୁନ ୧.୪୦ ସେକେଣ୍ଡ, ମଧୁସ୍ମିତା ଓଝା ୧ମି ୩୦ ସେକେଣ୍ଡ ଓ ୧ ସ୍କୋର, ମାଗାଇ ମାଝୀ ୧ ସ୍କୋର ହାସଲ କରିଥିଲେ। ଅନ୍ୟପକ୍ଷରେ ଓଡ଼ିଶା ପୁରୁଷ ଦଳ ପ୍ରିକ୍ବାର୍ଟରରେ ବିଦର୍ଭଠୁ ପରାସ୍ତ ହୋଇ ନବମ ସ୍ଥାନରେ ରହଥିବା ଓଡ଼ିଶା ଖୋଖୋ ସ˚ଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଜଣାଇଛନ୍ତି।

ସମ୍ବନ୍ଧିତ ଖବର