କଟକ: ଏଠାରେ ଚାଲିଥିବା ମହିଳା ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ତୃତୀୟ ବିଜୟ ପାଇଛି। ନିମପୁର ପଡ଼ିଆର ସୋମବାର ମ୍ୟାଚ୍ରେ ଓଡ଼ିଶା ୮ ରନ୍ରେ ମଧ୍ୟପ୍ରଦେଶକୁ ହରାଇଛି। ଓଡ଼ିଶା ଟସ୍ ଜିତି ବ୍ୟାଟି˚ ନେଇଥିଲା ବେଳେ ନିର୍ଧାରିତ ଓଭରରେ ୬ ଵିକେଟ ହରାଇ ୧୬୪ ରନ୍ କରିଥିଲା। ପ୍ରାରମ୍ଭିକ ଖେଳାଳି ମାଧୁରୀ ମେହେଟ୍ଟା ୪୭, ସରିତା ମେହେର ୪୬, ସୁଶ୍ରୀ ଦିବ୍ୟଦର୍ଶିନୀ ୨୪* ଓ ପ୍ରଜ୍ଞା ପାରମିତା ମହାନ୍ତି ୧୮ ରନ୍ କରିଥିଲେ। ମଧ୍ୟପ୍ରଦେଶର ନିଧି ବୁଲେ ୨, ପୁନମ ସୋନି, ଚାରୁ ଯୋଶୀ, ବବିତା ମଣ୍ତଳିକ୍ ଗୋଟିଏ ଲେଖାଏଁ ଵିକେଟ୍ ପାଇଥିଲେ। ଜବାବରେ ମଧ୍ୟପ୍ରଦେଶ ଗୋଟିଏ ବଲ୍ ପୂର୍ବରୁ ୧୫୬ ରନ୍ କରି ସମସ୍ତ ଵିକେଟ୍ ହରାଇଥିଲା। ବବିତା ସର୍ବାଧିକ ୪୪, ନେହା ବଦଵିକ ୨୦ ରନ୍ କରିଥିଲେ। ଓଡ଼ିଶା ପାଇଁ ମଧୁସ୍ମିତା ବେହେରା ସର୍ବାଧିକ ୪, ସୁଶ୍ରୀ ଦିବ୍ୟଦର୍ଶିନୀ ୩ ଵିକେଟ୍ ପାଇଥିଲେ। ଏହି ବିଜୟ ସହ ଓଡ଼ିଶା ୧୨ ପଏଣ୍ଟ୍ ପାଇ ଏଲିଟ୍ ଗ୍ରୁପ୍ ସି'ରେ ପଞ୍ଚମ ସ୍ଥାନରେ ରହିଛି। ଏହା ପୂର୍ବରୁ ପ୍ରଥମ ମ୍ୟାଚ୍ରେ ହାରଇଦ୍ରାବାଦଠୁ ହାରିଥିବା ଓଡ଼ିଶା ଦ୍ବିତୀୟ ମ୍ୟାଚ୍ରେ ଉତ୍ତରପ୍ରଦେଶ ବିପକ୍ଷରେ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍ରେ ଝାଡ଼ଖଣ୍ତଠୁ ପରାସ୍ତ ହେବା ପରେ ପୁଣି ଚତୁର୍ଥ ମ୍ୟାଚ୍ରେ ଆସାମ ଓ ସୋମବାର ପଞ୍ଚମ ମ୍ୟାଚ୍ରେ ମଧ୍ୟପ୍ରଦେଶକୁ ହରାଇଛି। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍ରେ ରାଜସ୍ଥାନକୁ ୧୪ ତାରିଖରେ ଭେଟିବ।
ମଧ୍ୟପ୍ରଦେଶକୁ ହରାଇଲା ଓଡ଼ିଶା
ମହିଳା ଦିନିକିଆ
/sambad/media/post_attachments/wp-content/uploads/2018/12/Odisha-women-crick.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)