ଓଡ଼ିଶା ମହିଳା ଦିନିକିଆ କ୍ରିକେଟ୍‌ ଦଳ ଘୋଷିତ

କଟକ: ଡିସେମ୍ବର ୧ ତାରିଖରୁ କଟକରେ ଆରମ୍ଭ ହେଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳର ଘୋଷଣା ହୋଇଛି। ମଧୁସ୍ମିତା ବେହେରାଙ୍କ ନେତୃତ୍ବରେ ଘୋଷିତ ୧୫ ଜଣିଆ ଦଳରେ ମାଧୁରୀ ମେହେଟ୍ଟା ଉପ ଅଧିନାୟିକା ଦାୟିତ୍ବ ପାଇଛନ୍ତି। ଓଡ଼ିଶା ଏଠାରେ ୮ଟି ମ୍ୟାଚ୍‌ ଖେଳିବ। ୧ ତାରିଖରେ ନିମପୁର ପଡ଼ିଆରେ ହାଇଦ୍ରାବାଦ, ୩ ତାରିଖରେ ବୋସ୍‌ ପଡ଼ିଆରେ ଉତ୍ତରପ୍ରଦେଶ, ୫ ତାରିଖରେ ସନ୍‌ସାଇନ୍‌ ପଡ଼ିଆରେ ଝାଡ଼ଖଣ୍ତ, ୬ ତାରିଖରେ ସନ୍‌ସାଇନ୍‌ ପଡ଼ିଆରେ ଆସାମ, ୧୦ ତାରିଖରେ ନିମପୁର ପଡ଼ିଆରେ ମଧ୍ୟପ୍ରଦେଶ, ୧୪ ତାରିଖରେ ସନ୍‌ସାଇନ୍‌ ପଡ଼ିଆରେ ରାଜସ୍ଥାନ, ୧୬ ତାରିଖରେ ନିମପୁର ପଡ଼ିଆରେ ହିମାଚଳ ପ୍ରଦେଶ ଓ ୨୦ ତାରିଖରେ ବୋସ୍‌ ପଡ଼ିଆରେ ଜମ୍ମୁ କାଶ୍ମୀର ବିପକ୍ଷରେ ଓଡ଼ିଶା ମ୍ୟାଚ୍‌ ଖେଳିବ।

ଓଡ଼ିଶା ଦଳ: ମଧୁସ୍ମିତା ବେହେରା (ଅଧିନାୟିକା), ମାଧୁରୀ ମେହେଟ୍ଟା, ସରିତା ମେହେର, କାଦମ୍ବିନୀ ମହାକୁଡ, ସୁଶ୍ରୀ ଦିବ୍ୟଦର୍ଶିନୀ, ପ୍ରଜ୍ଞାପାରମିତା ମହାନ୍ତି, ରୀମାଲକ୍ଷ୍ମୀ ଏକ୍କା, ସୁଜାତା ମଲ୍ଲିକ, ବନଲତା ମଲ୍ଲିକ, ରାଣୀ ଟୁଡୁ, ରାଜଶ୍ରୀ ସ୍ବାଇଁ, ରୋଶନାରା ପରବିନ୍‌, ଡି ଜାନକୀ ରେଡ୍ଡୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ଅଞ୍ଜଳି ସି˚ହ।

ସମ୍ବନ୍ଧିତ ଖବର