ଓଡ଼ିଶା ୧ ରନ୍‌ରେ ହାରିଲା

ଭୁବନେଶ୍ୱର: ଚେନ୍ନାଇର ଏମ୍‌ ଚିଦମ୍ବରମ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଅନ୍ତଃରାଜ୍ୟ ମହିଳା ଟେ୍ଵଣ୍ଟି-୨୦ ଲିଗ୍‌ରେ ହ୍ୟାଟ୍ରିକ୍‌ ବିଜୟ ପରେ ଓଡ଼ିଶା ପ୍ରଥମ ପରାଜୟ ବରଣ କରିଛି। ମଙ୍ଗଳବାର ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ମାତ୍ର ୧ ରନ୍‌ରେ ଛତିଶଗଡ଼ ନିକଟରୁ ଦୁର୍ଭାଗ୍ୟବଶତଃ ହାରିଯାଇଛି।
ପ୍ଲେଟ୍‌ ଗ୍ରୁପ୍‌ ‘ସି’ ରାଉଣ୍ଡ୍‌-୧ରେ ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଛତିଶଗଡ଼ ପ୍ରଥମେ ବ୍ୟାଟିଂ କରିଥିଲା।

ମନ୍‌ପ୍ରୀତ୍‌ କୌର (୨୮*), ଶିଭି ପାଣ୍ଡେ (୨୪), ପ୍ରିୟା ବର୍ମା (୨୦) ଓ ଏମ୍‌ ଶାଳିନୀ (୧୫)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ବଳରେ ଛତିଶଗଡ଼ ୪ ଓ୍ଵିକେଟ୍‌ ବିନିମୟରେ କରିଥିଲା ୧୦୪ ରନ୍‌। ରସ୍‌ନାରା ପର୍‌ଓ୍ଵିନ୍‌ ୨ ଏବଂ ମଧୁସ୍ମିତା ବେହେରା ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ସରିତା ମେହେରଙ୍କ ଅପରାଜିତ ୪୨, ମାଧୁରୀ ମେହେଟାଙ୍କ ୧୪, ପ୍ରଜ୍ଞାନ ମହାନ୍ତିଙ୍କ ୧୪ ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ୧୧ ରନ୍‌ ବିଜୟ ଆଶା ଦେଇଥିଲା ବେଳେ ୪ ରନ୍‌ ଆଉଟ୍‌ ଏବଂ ୩ ରନ୍‌ ମଧ୍ୟରେ ୩ ଓ୍ଵିକେଟ୍‌ ହରାଇ ଓଡ଼ିଶାକୁ ୧୦୩/୮ରେ ଅଟକି ଯାଇଥିଲା। ଛତିଶଗଡ଼ ପକ୍ଷରୁ ପ୍ରାଂଶୁପ୍ରିୟା, ଆଦିଲା, ଶ୍ରଦ୍ଧା ଓ ଶ୍ୟାଲା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର