ଭୁବନେଶ୍ବର: ବରୋଦାରେ ଫେବ୍ରୁଆରି ୫ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବବା ତୃତୀୟ ଜାତୀୟ ମାଷ୍ଟର୍ସ କ୍ରୀଡ଼ା ପ୍ରତିଯୋଗିତା ଲାଗି ଓଡ଼ିଶାରୁ ଏକ ୧୦୬ ଜଣିଆ ଦଳ ଗସ୍ତ କରୁଛି। ଏଥିରେ ପୁରୁଷ ଓ ମହିଳା ଫୁଟ୍ବଲ୍ ସହିତ ଦୌଡ଼କୁଦ, ବ୍ୟାଡମିଣ୍ଟନ୍, ଭଲିବଲ୍ ଦଳ ସାମିଲ ରହିଛି। ଓଡ଼ିଶା ମହିଳା ଫୁଟ୍ବଲ୍ ଦଳର ପ୍ରଥମ ଅଧିନାୟିକା ଗୀତାଞ୍ଜଳି ସାମନ୍ତରାୟଙ୍କ ନେତୃତ୍ବରେ ମାଷ୍ଟର୍ସ ଦଳ ପ୍ରତିନିଧିତ୍ବ କରିବ। ଏହି ଦଳରେ କଳ୍ପନା ଦାସ, ପ୍ରଥମା ପ୍ରିୟଦର୍ଶିନୀ, ଡେଜି ମହାନ୍ତି, ସରିତା ପଣ୍ଡା, ମମତାଜ ବେଗମ, ସାମସାଦ ବେଗମ, ଦୀପ୍ତି ମିଶ୍ର ପ୍ରମୁଖ ରହିଛନ୍ତି।
ଜାତୀୟ ମାଷ୍ଟର୍ସ କ୍ରୀଡ଼ା ଲାଗି ଓଡ଼ିଶା ମହିଳା ଫୁଟ୍ବଲ୍ ଦଳ
/sambad/media/post_attachments/wp-content/uploads/2020/02/98dg7j98dg7j498dg7j98dg74j98dg7j8dg5jdgdgdgdgdgdgdgdgdgdgdgdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)