ଓଡ଼ିଶା ମହିଳା କବାଡ଼ି ଲିଗ୍‌ ଜୁନ୍‌ ୬ରୁ

ଭୁବନେଶ୍ୱର: ଓଡ଼ିଶା ମହିଳା କବାଡ଼ି ପ୍ରିମିୟର୍‌ ଲିଗ୍‌ର ତୃତୀୟ ସଂସ୍କରଣ ଜୁନ୍‌ ୬ରୁ ୮ ତାରିଖ ପର୍ଯ୍ୟନ୍ତ ପଟିଆ ଦୋଳ ପଡ଼ିଆରେ ଅନୁଷ୍ଠିତ ହେବ। ପଟିଆ ଗଡ଼ ସ୍ପୋର୍ଟସ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ଅଭିନବ ପ୍ରୟାସ ଲାଗି ରବିବାର ଖେଳାଳି ନିଲାମ ସମ୍ପନ୍ନ ହୋଇଛି। ପୂର୍ବରୁ ଥିବା ୬ ଦଳ ଲାଗି ମୋଟ ୭୨ ଖେଳାଳି ବଛା ହୋଇଛନ୍ତି। ନିଲାମ ପ୍ରକ୍ରିୟାରେ ପ୍ରାୟ ୧୨୦ ଜଣ ଜାତୀୟ, ଅନ୍ତର୍ଜାତୀୟ ଏବଂ ଜିଲ୍ଲାସ୍ତରୀୟ ଖେଳାଳି ସାମିଲ ହୋଇଥିଲେ। ଓଡ଼ିଶା କବାଡ଼ି ସଂଘ ସମ୍ପାଦକ ଅଜୟ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖେଳାଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶ୍ରୀ ବେହେରା ଓଡ଼ିଶାରେ କବାଡ଼ି ପାଇଁ ଇନ୍‌ଡୋର୍‌ ହଲ୍‌ର ଆବଶ୍ୟକତା କଥା ଉଠାଇଥିଲେ। ମଧ୍ୟାନ୍ତରରେ ଅନୁଷ୍ଠିତ ଏକ ଉତ୍ସବରେ ମହିଳା କବାଡ଼ିର ପ୍ରୋତ୍ସାହକ ତଥା ବିଧାୟକ ପ୍ରିୟଦର୍ଶି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଦଳର ମାଲିକମାନଙ୍କୁ ଉତ୍ସାହିତ କରିଥିଲେ। ଭାରତରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ମହିଳା କବାଡ଼ି ପ୍ରିମିୟର୍‌ ଲିଗ୍‌ ମଧ୍ୟ ମ୍ୟାଟ୍‌ରେ ଖେଳାଯାଇଥିଲା। ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀ ଭାବେ ଉଭା ହେଉଥିବା ବେଳେ ପଟିଆକୁ ଏଥିରେ ସାମିଲ କରି ଏଠାରେ ଏକ ବଡ଼ ଷ୍ଟାଡିୟମ୍‌ ନିର୍ମାଣର ପରିକଳ୍ପନା କରାଯାଇଛି ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟର ପ୍ରସ୍ତାବ ରଖିବେ ବୋଲି କହିଥିଲେ। ପଦ୍ମଚରଣ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା କବାଡ଼ି ସଂଘ ଯୁଗ୍ମ ସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତି, ଉପ ସଭାପତି ପୃଥ୍ଵୀରାଜ ପଟ୍ଟନାୟକ, କର୍ପୋରେଟର୍‌ ଜୟନ୍ତୀ ଜେନା, ପଟିଆଗଡ଼ ସ୍ପୋର୍ଟସ କ୍ଲବ୍‌ର ଉପ ସଭାପତି ମିହିର କୁମାର ରାଉତ, ଅଜୟ କୁମାର ରାଉତ, କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ବିଗତ ଦୁଇ ବର୍ଷ ଧରି ଆୟୋଜିତ ଏହି ପ୍ରତିଯୋଗିତାରେ କାବେରି ବିଜେତା ହୋଇ ଆସିଛି। ସଦ୍ୟ ବିବାହିତ ବିଶ୍ୱକପ୍‌ ବିଜୟିନୀ ରଶ୍ମିତା ସାହୁଙ୍କୁ କୁଆଖାଇ ଅଧିନାୟିକା ମନୋନୀତ କରାଯାଇଛି।

ଖେଳାଳି ତାଲିକା
କାଠଯୋଡ଼ି: ରୂପଶୀ ଲେଙ୍କା (ଅଧିନାୟିକା), ଗାୟତ୍ରୀ ପ୍ରଭା ସେଠୀ, ତିଳୋତ୍ତମା ମଲ୍ଳିକ, ଲିଜାରାଣୀ ମହାନ୍ତି, ଶ୍ରଦ୍ଧାଞ୍ଜଳି ପାଲଟାସିଂହ, ସୁମିତ୍ରା ଓରାମ, ଲିନା ବରାଳ, ବି ସଂଗୀତା ରେଡ୍ଡୀ, ଲୁସି ଜାନି, ରାଣୀ ବାରିକ, ଲକ୍ଷ୍ମୀପ୍ରିୟା ନାୟକ, ମଞ୍ଜୁଳା ଏକ୍କା। ମାଲିକ: ସାଗର ରାଉତ, ପ୍ରଶିକ୍ଷକ: ଶୁଭଦ୍ରା ମଲ୍ଲିକ।

କୋଲାବ: ଝୁନୁବାଳା ବିନ୍ଧାଣୀ (ଅଧିନାୟିକା), ପ୍ରତିଭା ନାଏକ, ଅଘ୍‌ତା ଲାକ୍ରା, ବର୍ଷାରାଣୀ ରଥ, ସୁମତି ଟିଗା, ସରସ୍ୱତୀ ପଢ଼, ଅର୍ପିତା ଖୁଣ୍ଟିଆ, ପୁଷ୍ପାଞ୍ଜଳି ପାତ୍ର, ଭାଗ୍ୟଶ୍ରୀ ପ୍ରିୟଦର୍ଶିନୀ, ତୁଳସୀ ଜାନା, ମଧୁସ୍ମିତା ସାମଲ, ଝିଲି ସିଂହ। ମାଲିକ: କୁନା ରାଉତ, ପ୍ରଶିକ୍ଷକ: ପ୍ରମିଳା ମହାନ୍ତି।

କାବେରି: ସାଗରିକା ସାମଲ (ଅଧିନାୟିକା), ସବିତା ମଲ୍ଲିକ, ନିରୁପମା ଜେନା, ନମୃତ ବେଗମ, ସୁପି୍ରୟା ବିଶ୍ୱାଳ, ରତିକା ବିଭାର, ଲକ୍ଷ୍ମୀ ହେମ୍ବ୍ରମ୍‌, ଦେବଯାନୀ ମାଝୀ, ସୁବାସିନୀ ବେହେରା, ବିଣା ପାପ୍ପୋ, ପ୍ରିୟା ଫଡକର୍‌, ଶୁଭଲକ୍ଷ୍ମୀ ପଣ୍ଡା । ମାଲିକ: ନିର୍ମଳ ମହାରଣା, ପ୍ରଶିକ୍ଷକ: ଜ୍ୟୋତ୍ସ୍ନାରାଣୀ ସେନାପତି।

କୋଏଲ୍‌: ପୁଷ୍ପଲତା ଜେନା (ଅଧିନାୟିକା), ଲକ୍ଷ୍ମୀ ଖିଲୋ, ରଂଜିତା ପତି, ସ୍ୱପ୍ନା ପ୍ରଧାନ, ଈତିଶ୍ରୀ ଦାସ, ଶୁଭଶ୍ରୀ ବେଉରା, ପୁଷ୍ପାଞ୍ଜଳି ହେମ୍ବ୍ରମ୍‌, ପ୍ରଜ୍ଞାପାରମିତା ନାୟକ, ସରସ୍ୱତୀ ବେଉରା, ଜୟଶ୍ରୀ କାଣା, ବିଣା ହରିଜନ, ମନୁଲତା ନାଗ। ମାଲିକ: ମିଲନ୍‌ ରାଉତ, ପ୍ରଶିକ୍ଷକ: ପାର୍ବତୀ ପରିଡ଼ା।

ଖରସ୍ରୋତା: ପ୍ରାଚୀ ମହାଲ (ଅଧିନାୟିକା), ଇନ୍ଦୁମତି ବେହେରା, ଫୁଲ ବିଶ୍ୱାଳ, ସୁନୀତା ଲାକ୍ରା, ସବିତା ବିନ୍ଧାଣୀ, ସଚଳା ଝଙ୍କାର, ତିଳେଶ୍ୱରୀ ନାୟକ, ମମତା ଦଣ୍ଡଚା, ବୈଶାଖୀ ମଲ୍ଲିକ, ପୂଜା ଖଟୋଇ, ରଶ୍ମି ଘଡ଼େଇ। ମାଲିକ: ଅଭିଷେକ ଚମ୍ପତି, ପ୍ରଶିକ୍ଷକ: ସଂଜୁକ୍ତା ପରିଡ଼ା।

କୁଆଖାଇ: ରଶ୍ମିତା ସାହୁ (ଅଧିନାୟିକା), ଶର୍ମିଷ୍ଠା ଦେବତା, ସସ୍ମିତା ସାହୁ, ସୁଚିସ୍ମିତା ଶତପଥୀ, ଲକ୍ଷ୍ମୀପ୍ରିୟା ପ୍ରଧାନ, ପୂଜାରାଣୀ ବେହେରା, ରିଙ୍କି ଦଣ୍ଡସେନା, ପ୍ରମିଳା ଦାସ, ପ୍ରଜିତା ବିଶୋଇ, ଅଙ୍କିତାରାଣୀ ଖୁଣ୍ଟିଆ, ରିଙ୍କି ବେହେରା, ଅନୀତା ତିର୍କି। ମାଲିକ: ସୁବାଷ ପରିଡ଼ା, ପ୍ରଶିକ୍ଷକ: ବିଦୁପ୍ରଭା ସ୍ୱାଇଁ।

ସମ୍ବନ୍ଧିତ ଖବର