ମହିଳା ଟ୍ବେଣ୍ଟି-୨୦ରେ ଓଡ଼ିଶା ବିଜୟୀ

କଟକ: ପୁଡୁଚେରୀରେ ଚାଲିଥିବା ମହିଳା ଟ୍ବେଣ୍ଟି-୨୦ରେ ରବିବାର ଓଡ଼ିଶା ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ଓଡ଼ିଶା ୨୦ ରନ୍‌ରେ ବେଙ୍ଗଲକୁ ହରାଇଛି। ମାଧୁରୀ ମେହେଟ୍ଟାଙ୍କ ୫୧* ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ୪୩* ରନ୍‌ ସହାୟତାରେ ଓଡ଼ିଶା ୪ ଵିକେଟ ବିନିମୟରେ ୧୧୭ ରନ୍‌ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ବେଙ୍ଗଲ ୯୭ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ପରମିତା ରଏ ୨୪ ଓ ତନୁଶ୍ରୀ ସରକାର ୩୯ ରନ୍‌ କରିଥିଲେ। ଓଡ଼ିଶା ପାଇଁ ପ୍ରିୟଙ୍କା ପ୍ରିୟଦର୍ଶିନୀ ୩, ରୀମାଲକ୍ଷ୍ମୀ ଏକ୍କା ଓ ସୁଶ୍ରୀ ଦିବ୍ୟଦର୍ଶିନୀ ଦୁଇଟି ଲେଖାଏଁ ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର