କଟକ,: ଓଡ଼ିଶା ଭାଓଲେଟ୍ ଏବଂ ଓଡ଼ିଶା ରେଡ୍ ମହିଳା ଟ୍ବେଣ୍ଟି-୨୦ ଲିଗ୍ର ଯୁଗ୍ମ ବିଜେତା ହୋଇଛନ୍ତି। ଓଡ଼ିଶା କ୍ରିକେଟ ସ˚ଘ (ଓସିଏ) ପକ୍ଷରୁ ଡ୍ରିମ୍ସ ଷ୍ଟାଡିୟମରେ ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯିବା ପରେ ଉଭୟ ଦଳ ମଧ୍ୟରେ ଟ୍ରଫି ଭାଗ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଉଦ୍ଯାପନୀ କାର୍ଯ୍ୟକ୍ରମରେ ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶି ମୁଖ୍ୟ ଅତିଥି, ଡ୍ରିମ୍ସ ଗ୍ରୁପ୍ ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥଙ୍କ ସହ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଯୁଗ୍ମ ସମ୍ପାଦକ ମେହତାବ ଖାନ୍, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ପ୍ରତିଯୋଗିତାର ଶ୍ରେଷ୍ଠ ଭାବେ ସୁଶ୍ରୀ ଦିବ୍ୟଦର୍ଶିନୀ, ଉଦୀୟମାନ ଖେଳାଳି ଭାବେ ଜିଏମ୍ ଅଳକାନନ୍ଦା, ଶ୍ରେଷ୍ଠ ବ୍ୟାଟର ଭାବେ କାଜଲ ଜେନା, ଶ୍ରେଷ୍ଠ ବୋଲର ଭାବେ ରସନାରା ପରବିନ୍, ଯୁବ ପ୍ରତିଭା ଭାବେ ଶ୍ରେୟା ପ୍ରିୟଦର୍ଶିନୀଙ୍କୁ ପୁରସ୍କୃତ କରାଯାଇଥିଲା। ସୂଚନାଯୋଗ୍ୟ, ଦୁଇ ଫାଇନାଲିଷ୍ଟଙ୍କ ବ୍ୟତୀତ ଓଡ଼ିଶା ୟେଲୋ, ଓଡ଼ିଶା ପର୍ପଲ, ଓଡ଼ିଶା ଗ୍ରିନ୍ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିଥିଲେ।
ଓଡ଼ିଶା ମହିଳା ଟ୍ବେଣ୍ଟି-୨୦ ଲିଗ୍: ଭାଓଲେଟ୍ ଓ ରେଡ୍ ଯୁଗ୍ମ ବିଜେତା
/sambad/media/post_attachments/wp-content/uploads/2022/08/f654hs65fh4sf65h4hf564hffhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)