ରଗ୍‌ବିରେ ଓଡ଼ିଶା ମହିଳା ଜିତିଲେ, ପୁରୁଷ ହାରିଲେ

କଟକ: ଜାତୀୟ କ୍ରୀଡ଼ାରେ ଅହମଦାବାଦ୍‌ର ଟ୍ରାନ୍ସଷ୍ଟାଡିଆ ଫୁଟ୍‌ବଲ ପଡ଼ିଆରେ ବୁଧବାରଠୁ ରଗ୍‌ବି ୭ସାଇଡ୍‌ ପ୍ରତିଯୋଗିତ ଆରମ୍ଭ ହୋଇଛି। ପ୍ରଥମ ଦିନ ଓଡ଼ିଶା ମହିଳା ଦଳ ଦୁଇଟି ମ୍ୟାଚ୍‌ ଜିତିଥିଲା ବେଳେ ପୁରୁଷ ଦଳ ପରାସ୍ତ ହୋଇଛି। ମହିଳାରେ ଓଡ଼ିଶା ୬୪-୦ରେ କେରଳକୁ ଏବଂ ୫୩-୦ରେ ଚଣ୍ଡୀଗଡ଼କୁ ହରାଇଛି। କିନ୍ତୁ ପୁରୁଷ ବିଭାଗରେ ୭-୨୪ରେ ପଶ୍ଚିମବଙ୍ଗ ଓ ୧୦-୧୪ରେ ଦିଲ୍ଲୀଠୁ ଓଡ଼ିଶା ହାରିଯାଇଛି।

ଅନ୍ୟପକ୍ଷରେ କେନ୍‌ସଭିଲେ ଗଲ୍ଫ କ୍ଲବ୍‌ରେ ଆରମ୍ଭ ହୋଇଥିବା ଲନ୍‌ ବଲ୍‌ରେ ଓଡ଼ିଶା ପୁରୁଷ ଦଳ ଯୁଗଳରେ ଝାଡ଼ଖଣ୍ଡଠୁ ୩୫-୮, ଦିଲ୍ଲୀଠୁ ୩୬-୬ରେ, ଟ୍ରିପଲ୍‌ରେ ଦିଲ୍ଲୀଠୁ ୨୮-୬ ଓ ୩୬-୬ରେ ଏବଂ ମହିଳା ଫୋର୍‌ରେ ବିହାରଠୁ ୨୧-୭ରେ ହାରିଯାଇଛି। ଏକକରେ ଓଡ଼ିଶାର ସାଇନା ନାଏକ ୧୪-୧୭ରେ ଦିଲ୍ଲୀର ଶୈଷ୍ଠ ଶର୍ମାଙ୍କଠୁ ଏବଂ ୩-୨୧ରେ ଝାଡ଼ଖଣ୍ଡର ସରିତା ତିର୍କିଙ୍କଠୁ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର