ଭୁବନେଶ୍ବର: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରେ ଅନୁଷ୍ଠିତ ଜାତୀୟ ମହିଳା ହକି ଚାମ୍ପିଅନସିପରେ ଓଡ଼ିଶା ହୋଇଛି ଚାମ୍ପିଅନ୍ । କର୍ଣ୍ଣାଟକକୁ ୨-୦ ଗୋଲରେ ପରାସ୍ତ କରି ୧୨ ବର୍ଷ ପରେ ଓଡ଼ିଶା ଏହି ଗୌରବ ହାସଲ କରିଛି । ପୁନମ ବାର୍ଲା ଓ କାଂଚନ ବାର୍ଲା ଦୁଇଟି ଗୋଲ ଦେଇଥିଲେ । ପ୍ରଥମେ ୩୪ ମିନିଟରେ ପୁନମ ବାର୍ଲା ପ୍ରଥମ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରିଥିଲେ । ପରେ ୫୯ତମ ମିନିଟରେ ଦ୍ୱିତୀୟ ଗୋଲ ଦେଇଥିଲେ କାଂଚନ ବାର୍ଲା । ଓଡିଶା ଟିମ୍ରେ ୩ ଜଣ ଅନ୍ତର୍ଜାତୀୟ ଖେଳାଳି ପୁନମ ବାର୍ଲା, ଲିଲିମା ମିଂଜ୍ ଓ ସୁନିତା ଲାକ୍ରା ଖେଳୁଥିଲେ ।
/sambad/media/post_attachments/wp-content/uploads/2022/05/df98293b-5a9e-4405-9d88-45cca97f46f2-e1652797136528.jpg)
ଦ୍ୱାଦଶ ଜାତୀୟ ସିନିଅର ମହିଳା ହକି ପ୍ରତିଯୋଗିତାରେ ହକି ଆସୋସିଏସନ ଅଫ୍ ଓଡିଶା ପ୍ରଥମରୁ ଦମଦାର ପ୍ରଦର୍ଶନ କରିଥିଲା । ସୋମବାର ଖେଳାଯାଇଥିବା ସେମିଫାଇନାଲରେ ଓଡିଶା ୫-୦ ଗୋଲରେ ଝାଡଖଣ୍ଡକୁ ହରାଇଥିଲା । ସେହିପରି କ୍ୱାର୍ଟର ଫାଇନାଲରେ ଓଡିଶା ୨-୦ ଗୋଲରେ ମଧ୍ୟପ୍ରଦେଶକୁ ପରାସ୍ତ କରିଥିଲା । ଲିଗ୍ ସ୍ତରରେ ଓଡିଶା, ହିମାଂଚଳ ପ୍ରଦେଶକୁ ୮-୦ ଏବଂ ୧୧-୦ରେ କେରଳକୁ ହରାଇଥିଲା । ପ୍ରଥମ ଲିଗରେ ତେଲେଙ୍ଗାନାକୁ ୧୪-୦ ଗୋଲରେ ପରାସ୍ତ କରି ଓଡିଶା ବିଶାଳ ବିଜୟ ହାସଲ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/6b84076a-fc05-4def-8c59-ce4db500a36d.jpg)