ଓଡ଼ିଶା ମହିଳା ଫୁଟ୍‌ବଲ ଦଳର ଗୋଆ ଯାତ୍ରା

କଟକ: ଆସନ୍ତା ୨୫ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ୨୭ତମ ହିରୋ ମହିଳା ଫୁଟ୍‌ବଲ ଚାମ୍ପିଅନ୍‌ସିପ୍‌ ପାଇଁ ଓଡ଼ିଶା ଦଳ ଗୁରୁବାର ଗୋଆ ଯାତ୍ରା କରିଛି। ଦଳରେ ୨୨ ଜଣ ଖେଳାଳିଙ୍କ ସହିତ ୪ ଜଣ ସପୋର୍ଟ ‌ଷ୍ଟାଫ୍‌ ରହିଛନ୍ତି। ଗ୍ରୁପ୍‌-ଏ’ରେ ଥିବା ଓଡ଼ିଶା ଦଳ ଆସନ୍ତା ୨୭ ତାରିଖରେ ତା’ର ପ୍ରଥମ ମ୍ୟାଚ୍‌ ହିମାଚଳପ୍ରଦେଶ ବିପକ୍ଷରେ ଖେଳିବ। ଏହାପରେ ୨୯ରେ ଓଡ଼ିଶା ରାଜସ୍ଥାନ ଏବଂ ୩୧ରେ ତ୍ରିପୁରାକୁ ଭେଟିବ। ଫୁଟ୍‌ବଲ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ)ର ସଂପାଦକ ଆଶୀର୍ବାଦ ବେହେରା ଦଳର ସଫଳତା କାମନ କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି।

ଓଡ଼ିଶା ଦ‌ଳ: ସ୍ପନ୍ଦିତା ଦାସ, ମଂଜୁ ଗଂଜୁ, ଶ୍ବେତପଦ୍ମା ସାହୁ (ଗୋଲ୍‌କିପର), ନିକିତା ବିଶି, ମମତା ପାତ୍ର, ସୁସ୍ମିତା ତନ୍ତି, ଶ୍ରଦ୍ଧାଞ୍ଜଳି ପଣ୍ଡା, ଆରିଫା ଜ‌ାହିର, ଶିବାନୀ ମୁଣ୍ଡାରି, କାମିନୀ ମୁଣ୍ଡା (ଡିଫେଣ୍ଡର), ବନ୍ୟା କବିରାଜ, ପୂଣ୍ଣିମ‌ା ରାଓ, ଭାରତୀ ଦାସ, ଜି.ଆର ହୁନର, ସୁମିତ୍ରା ‌‌ହେମ୍ବ୍ରରମ, ଶ୍ରୀଜାନ ତମଙ୍ଗ (ମିଡ୍‌ଫିଲଡ୍‌ର), ଦୀପା ନାୟକ, ସୁଭଦ୍ରା ସାହୁ, ମାଳତୀ ମୁଣ୍ଡା, ସସ୍ମିତା ବେହେରା, ସତ୍ୟବତୀ ଖଡିଆ, ଯଶୋଦା ମୁଣ୍ଡା (ଫରୱାର୍ଡ)। ମୁଖ୍ୟ କୋଚ୍: କ୍ରିସପିନ୍ ଛେତ୍ରୀ, ସହକାରୀ କୋଚ୍: ଗୀତାଞ୍ଜଳି ଖୁଣ୍ଟିଆ, ସହକାରୀ କୋଚ୍‌/ମ୍ୟାନେଜର: ଗାୟତ୍ରୀ ମଲ୍ଲିକ, ଫିଜିଓ: ଡାକ୍ତର ସୌମ୍ୟାଶ୍ରୀ ମିଶ୍ର।

ସମ୍ବନ୍ଧିତ ଖବର