ଓଡ଼ିଶା ମହିଳା ଲିଗ୍: ରେଳବାଇ, ରାଇଜିଂ ବିଜୟୀ

ଭୁବନେଶ୍ବର: ଭୁବନେଶ୍ବରର ଦୁଇଟି ପଡ଼ିଆରେ ଚାଲିଥିବା ଓଡ଼ିଶା ମହିଳା ଲିଗ୍ (ଓଡବ୍ଲ୍ୟୁଏଲ୍‌) ଫୁଟ୍‌ବଲ୍ ପ୍ରତିଯୋଗିତାରେ ଗୁରୁବାର ପୂର୍ବତଟ ରେଳବାଇ ଓ ରାଇଜିଂ ଷ୍ଟୁଡେଣ୍ଟ୍‌ ବିଜୟୀ ହୋଇଛନ୍ତି। ତେବେ କ୍ୟାପିଟାଲ୍‌ ହାଇସ୍କୁଲ୍‌ ପଡ଼ିଆରେ ଖେଳାଯାଇଥିବା ଓଡ଼ିଶା ପୁଲିସ ଓ ସାଇ-ଏସ୍‌ଟିସି ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଛି। ଓଡ଼ିଶା ପୁଲିସର କରିସ୍ମା ଓରାମ (୮ ମିନିଟ୍‌) ଏବଂ ସାଇ’ର ଈଭା ପାନ୍ନା (୭୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ସେହି ପଡ଼ିଆରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ରେଳବାଇ ୩-୦ ଗୋଲ୍‌ରେ ଓଜିପି କ୍ଲବ୍‌କୁ ପରାସ୍ତ କରିଥିଲା।

ରେଳବାଇ ପକ୍ଷରୁ ସରୋଜିନୀ ତିର୍କି (୩୯ ମିନିଟ୍‌), ସୁପ୍ରିୟା ରାଉତରାୟ (୭୦ ମିନିଟ୍‌) ଓ ତାରା ଖାତୁନ (୯୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ମାରିଥିଲେ। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ରାଇଜିଂ ୪-୨ ଗୋଲ୍‌ରେ କ୍ରୀଡ଼ା ଛାତ୍ରାବାସକୁ ହରାଇଥିଲା। ବିଜୟୀ ଦଳର ସତ୍ୟବତୀ ଖଡ଼ିଆ (୮, ୪୫ ମିନିଟ୍‌) ଦୁଇଟି, ଯଶୋଦା ମୁଣ୍ଡା (୫୫ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥି‌ଲେ। କ୍ରୀଡ଼ା ଛାତ୍ରାବାସର ସାଲେଜ ମାଝୀଙ୍କ ଆତ୍ମଘାତୀ ଗୋଲ୍‌ ରାଇଜିଂ ଖାତାକୁ ଯାଇଥିଲା। କ୍ରୀଡ଼ା ଛାତ୍ରାବାସ ପାଇଁ ସୁସ୍ମିତା ତନ୍ତି (୩୧ ମିନିଟ୍‌) ଓ ସଙ୍ଗୀତା ଦାସ (୬୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲା। ୨୧ ତାରିଖରେ କ୍ୟାପିଟାଲ୍ ହାଇସ୍କୁଲ୍ ପଡ଼ିଆରେ ପୂର୍ବତଟ ରେଳବାଇ ଓ ସାଇ-ଏସଟିସି (ସକାଳ ୭.୩୦) ଓ ଓଡ଼ିଶା ପୁଲିସ ଓ ରାଇଜିଂ ଷ୍ଟୁଡେଣ୍ଟ କ୍ଲବ୍‌ (ଅପରାହ୍ଣ ୩.୩୦) ଏବଂ କଳିଙ୍ଗ ଷ୍ଟାଡିୟମ୍‌ରେ ‌କ୍ରୀଡ଼ା ଛାତ୍ରାବାସ ଓ ଓଜିପି କ୍ଲବ୍‌ (ଅପରାହ୍ଣ ୩.୩୦) ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର