ଓଡ଼ିଶା ମହିଳା ଲିଗ୍‌: ପୂର୍ବତଟ ରେଳବାଇ ବିଜୟୀ

ଭୁବନେଶ୍ବର: ଫୁଟ୍‌ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଚାଲିଥିବା ଓଡ଼ିଶା ମହିଳା ଲିଗ୍‌ (ଓଡବ୍ଲ୍ୟୁଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାର ମଙ୍ଗଳବାର ମ୍ୟାଚ୍‌ରେ ପୂର୍ବତଟ ରେଳବାଇ ବିଜୟୀ ହୋଇଛି। କ୍ୟାପିଟାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରେଳବାଇ ୩-୧ ଗୋଲ୍‌ରେ ଓପିଜି କ୍ଲବ୍‌କୁ ପରାସ୍ତ କରିଥିଲା। ରେଳବାଇ ପକ୍ଷରୁ ସରୋଜିନୀ ତିର୍କି (୨୩ ମିନିଟ୍‌), ପ୍ରତିମା ମିଞ୍ଜ (୬୩ ମିନିଟ୍‌) ଓ ତାରା ଖାତୁନ (୯୦+୬ ମିନିଟ୍‌) ଗୋଟିଏ‌ ଲେଖାଏଁ ଗୋଲ୍‌ କରିଥିଲେ। ଓଜିପି ପକ୍ଷରୁ ସୋନିଆ ଏକ୍କା (୯୦ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝିଥିଲେ। ଚିତ୍ରାମ୍ବଦା ପାତ୍ର, ସୁଲତାନା ପରୱିନ, ଚନ୍ଦ୍ରକାନ୍ତ ବାରିକ, ବିଚିତ୍ରା ପ୍ରଧାନ ଓ ଦୁର୍ଗା ମାଧବ ନାଏକ (କମିସନର) ମ୍ୟାଚ୍‌ ପରିଚାଳନା‌ କରିଥିଲେ। ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମ୍‌ରେ କ୍ରୀଡ଼ା ଛାତ୍ରାବାସ ଓ ରାଇଜିଂ ଷ୍ଟୁଡେଣ୍ଟ୍‌ କ୍ଲବ୍‌ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର