ଜାତୀୟ ରଗ୍‌ବି ଲାଗି ଓଡ଼ିଶା ମହିଳା ଦଳ

ଭୁବନେଶ୍ବର: ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ମହିଳା ରଗ୍‌ବି ସେଭେନ୍ସ ପ୍ରତିଯୋଗିତା ଲାଗି ବୁଧବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ପ୍ରତିଯୋଗିତା ଚଳିତ ମାସ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଚାଲିବ। ହୁପି ମାଝିଙ୍କ ନେତୃତ୍ବରେ ଓଡ଼ିଶା ଦଳ ଗୁରୁବାର ପୁଣେ ଗସ୍ତ କରିବ। ରଜନୀ ସବର (ପ୍ରଶିକ୍ଷକ), ସୁଧାସିନ୍ଧୁ ସାହୁ (ପ୍ରବନ୍ଧକ) ଓ ସୌମ୍ୟଶ୍ରୀ ମିଶ୍ର (ଫିଜିଓ) ଦଳ ସହ ପୁଣେ ଯାତ୍ରା କରିବେ।
ଓଡ଼ିଶା ଦଳ: ଡୁମୁନି ମାର୍ଣ୍ଡି, ତାରୁଲତା ନାଏକ, ରୀନା ସିଂହ, ଗୀତାରାଣୀ ସାଇ, ପାର୍ବତୀ କୁସ୍‌କୁ, ମଞ୍ଜୁଲତା ପ୍ରଧାନ, ହୁପି ମାଝି (ଅଧିନାୟିକା), ରଞ୍ଜିତା ନାଏକ, ମାଲିନ ସୟ, ପାର୍ବତୀ ହାଁସ୍‌ଦା, ନିର୍ମାଲ୍ୟ ରାଉତ, ମାମା ନାଏକ।

ସମ୍ବନ୍ଧିତ ଖବର