ଭୁବନେଶ୍ବର : ଓଡ଼ିଶା କନିଷ୍ଠ ମହିଳା (୧୮ ବର୍ଷରୁ କମ୍‌) ରଗ୍‌ବି ଦଳ ପରେ ବରିଷ୍ଠ ମହିଳା ଦଳ ଜାତୀୟ ରଗ୍‌ବି ସେଭେନ୍ସ ପ୍ରତିଯୋଗିତାରେ କମାଲ କରିଛନ୍ତି। ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ଜାତୀୟ ରଗ୍‌ବି ସେଭେନ୍ସ ପ୍ରତିଯୋଗିତାରେ ମଙ୍ଗଳବାର କନିଷ୍ଠ ଦଳ ବିଜେତା ହୋଇଥିଲା ବେଳେ ଶନିବାର ବରି‌ଷ୍ଠ ଦଳ ଟ୍ରଫି ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଫାଇନାଲ୍‌ରେ ଓଡ଼ିଶା ଦଳ ୩୧-୭ରେ ମହାରାଷ୍ଟ୍ରକୁ ହରାଇଛି। ଏହା ପୂର୍ବରୁ ଓଡ଼ିଶା କ୍ବାର୍ଟର ଫାଇନାଲ୍‌ରେ ବିହାରକୁ ୪୧-୫ରେ ଏବଂ ସେମିଫାଇନାଲ୍‌ରେ ୨୬-୫ରେ ପଶ୍ଚିମବଙ୍ଗକୁ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲା। ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଓଡ଼ିଶା କନିଷ୍ଠ ମହିଳା ଦଳ ମଧ୍ୟ ଫାଇନାଲ୍‌ରେ ମହାରାଷ୍ଟ୍ରକୁ ହରାଇ ଟ୍ରଫି କରାୟତ୍ତ କରିଥିଲା।

Advertisment

ଓଡ଼ିଶା ଦଳ: ଡୁମୁନି ମାର୍ଣ୍ଡି, ତାରୁଲତା ନାଏକ, ରୀନା ସିଂହ, ଗୀତାରାଣୀ ସାଇ, ପାର୍ବତୀ କୁସ୍କୁ, ମଞ୍ଜୁଲତା ପ୍ରଧାନ, ହୁପି ମାଝି (ଅଧିନାୟିକା), ରଞ୍ଜିତା ନାଏକ, ମାଲିନ ସୟ, ପାର୍ବତୀ ହାଁସ୍‌ଦା, ନିର୍ମାଲ୍ୟ ରାଉତ, ମାମା ନାଏକ, ରଜନୀ ସବର (ପ୍ରଶିକ୍ଷକ), ସୁଧାସିନ୍ଧୁ ସାହୁ (ପ୍ରବନ୍ଧକ) ଓ ସୌମ୍ୟଶ୍ରୀ ମିଶ୍ର (ଫିଜିଓ)।