କଟକ: ଓଡ଼ିଶା ମହିଳା କ୍ରିକେଟ୍ ଦଳ ଚଳିତ ବର୍ଷର ଟେ୍ଵଣ୍ଟି-୨୦ ଟ୍ରଫି ହାସଲ କରିଛି। ବେଙ୍ଗାଲୁରୁଠାରେ ଶେଷ ହୋଇଥିବା ପ୍ଲେଟ୍ ଗ୍ରୁପ୍ ଫାଇନାଲ୍ରେ ଓଡ଼ିଶା ୮ ରନ୍ରେ କେରଳକୁ ପରାସ୍ତ କରି ଏହି ସଫଳତା ପାଇଛି। ଟସ୍ ଜିତି ବ୍ୟାଟିଂ ନେଇଥିବା ମଧୁସ୍ମିତା ବେହେରାଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳ ୫ ଓ୍ଵିକେଟ ହରାଇ ୧୦୮ ରନ୍ କରିଥିଲା। ମାଧୁରୀ ମେହେଟ୍ଟା ୨୮, ମଧୁସ୍ମିତା ବେହେରା ୨୬, ସରିତା ମେହେର୍ ୧୨, ପ୍ରଜ୍ଞାପାରମିତା ମହାନ୍ତି ୧୬, କାଦମ୍ବିନୀ ମହାକୁଡ଼ ୧୫ ରନ୍ କରିଥିଲେ। ଜବାବରେ କେରଳ ୪ ବଲ୍ ପୂର୍ବରୁ ୧୦୦ ରନ୍ କରି ସମସ୍ତ ଓ୍ଵିକେଟ ହରାଇଥିଲା। ସାଇନି ଟି ୪୮, ମିନୁ ମଣି ୨୦, ଅକ୍ଷୟା ଏ ୧୭ ରନ୍ କରିଥିିଲେ। ଓଡ଼ିଶା ପାଇଁ ସୁଜାତା ମଲ୍ଲିକ, ରୋସନାରା ପରଓ୍ଵିନ୍ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ଦୁଇଟି ଲେଖାଏଁ ଓ୍ଵିକେଟ ଅକ୍ତିଆର କରିଥିଲେ। ପ୍ରତି ଖେଳାଳିଙ୍କୁ ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ୨୫,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯିବ ବୋଲି କାର୍ଯ୍ୟକାରୀ ସମିତି ଅଧ୍ୟକ୍ଷ ଧୀରେନ୍ ପଲାଇ ଘୋଷଣା କରିଛନ୍ତି।
ଓଡ଼ିଶାକୁ ମହିଳା ଟେ୍ଵଣ୍ଟି-୨୦ ଟ୍ରଫି
/sambad/media/post_attachments/wp-content/uploads/2018/01/12-odisha-women-cricket-team-champion.jpg)