ଜାତୀୟ ସ୍କୋଏ ମାର୍ଶାଲ୍‌ ଆର୍ଟ‌ରେ ଓଡ଼ିଶାକୁ ୧୨ ପଦକ

କଟକ, ୧।୧ (ଇମିସ): ଗୋଆସ୍ଥିତ ମନୋହର ପାରିକର ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ୨୨ତମ ଜାତୀୟ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଓଡ଼ିଶାକୁ ୧୨ଟି ପଦକ ମିଳିଛି। ପୂର୍ଣ୍ଣିମା ସି˚ହ, ସେକ୍‌ ଇଶମ, ମହମ୍ମଦ ଆସଫାକଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିଲା ବେଳେ କୁନ୍ଦନ ମାଝୀ, ନସିଆ ବେଗମ୍‌ଙ୍କୁ ରୌପ୍ୟ ଏବ˚ ଇର୍ଫାନ ଖାନ୍‌, ଫଜଲ ଖାନ୍‌, ମହମ୍ମଦ ମସରୁର, ସୟଦ ନିଆଜ ଅଲ୍ଲୀ, ନଜରାନା ପରବିନ୍‌, ଶ୍ବେତାରାଣୀ ସାହୁ, ସୁଦାମ ଭୂୟାଁ କା˚ସ୍ୟ ପଦକ ପାଇଛନ୍ତି। ଓଡ଼ିଶା ସହିତ ଏକାଦଶୀ ବେହେରା, ମହମ୍ମଦ ସରିଫ ପ୍ରଶିକ୍ଷକ, ରାଜକୁମାର ଲେମା, ଫରହତ୍‌ ସମିମ୍‌ ପ୍ରବନ୍ଧକ ଏବଂ ସମୀର କୁମାର ଖୁଣ୍ଟିଆ ମ୍ୟାଚ ପରିଚାଳନା ଅଧିକାରୀ ଭାବେ ଦଳ ସହିତ ଗୋଆ ଯାଇଥିଲେ। ଓଡ଼ିଶା ଦଳ ଶୁକ୍ରବାର କଟକ ରେଳଷ୍ଟେସନ୍‌ରେ ପହଞ୍ଚିବା ପରେ ରାଜ୍ୟ ସ୍କୋଏ ସ˚ଘ ପକ୍ଷରୁ ସମ୍ପାଦକ ସେକ୍‌ ସଲ୍ଲାଉଦ୍ଦିନ୍‌ଙ୍କ ନେତୃତ୍ବରେ ସମସ୍ତ ସଦସ୍ୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର