ଭୁବନେଶ୍ବର : ତାମିଲନାଡୁର ତିରୁଚିରାପଲ୍ଲିଠାରେ ଅନୁଷ୍ଠିତ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଓଡ଼ିଶା ଦଳ ମୋଟ ୩୭ ପଦକ ଜିତି ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ଏହା ମଧ୍ୟରେ ୧୮ ସ୍ୱର୍ଣ୍ଣ, ୧୩ ରୌପ୍ୟ ଓ ୬ କାଂସ୍ୟ ପଦକ ସାମିଲ ରହିଛି। ସମୀର ବିଶ୍ୱାଳ ସିନିୟର୍ ଷ୍ଟ୍ରଙ୍ଗମ୍ୟାନ ଏବଂ ଉର୍ମିଳା ବେହେରା ସିନିୟର୍ ଷ୍ଟ୍ରଙ୍ଗଓମ୍ୟାନ ରନର୍ ଅପ୍ ହୋଇଛନ୍ତି।
ସେହିପରି ଶୈଳେଶ ବାଗ ଜୁନିଅର ଷ୍ଟ୍ରଙ୍ଗମ୍ୟାନ ଏବଂ ସୁଦୀପ କୁମାର ବିଶ୍ବାଳ ଜୁନିଅର ଷ୍ଟ୍ରଙ୍ଗମ୍ୟାନ ରନର୍ ଅପ୍ ହୋଇଛନ୍ତି। ବାବ୍ରୀ ରତେଇ ମାଷ୍ଟର ଷ୍ଟ୍ରଙ୍ଗମ୍ୟାନ ଏବଂ ଉର୍ମିଳା ବେହେରା ମାଷ୍ଟର ଷ୍ଟ୍ରଙ୍ଗଓମ୍ୟାନ୍ ବିବେଚିତ ହୋଇଛନ୍ତି। କୃତି ପ୍ରତିଯୋଗୀଙ୍କୁ ପାୱାର ଲିଫଟିଂ ଆସୋସିଏସନ୍ ଅଫ୍ ଓଡ଼ିଶାର ସମ୍ପାଦିକା ସଂଗୀତା ସିଂହ ଅଭିନନ୍ଦନ ଜଣାଇଛନ୍ତି। ପ୍ରବଂଧକ ଗୌତମ ଗୁରୁ, ପ୍ରଶିକ୍ଷକ ଅଶ୍ୱିନୀ ବିଶ୍ବାଳ, ସୋମନାଥ ପଟ୍ଟନାୟକଙ୍କୁ ମଧ୍ୟ ଶ୍ରୀମତି ସିଂହ ଶ୍ରେୟ ଦେଇଛନ୍ତି।