ଭୁବନେଶ୍ବର: ହରିୟାଣାର ରୋହତକସ୍ଥିତ ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟଠାରେ ଆୟୋଜିତ ହୋଇଯାଇଥିବା ଜାତୀୟ ପେନ୍ଚାକ୍ ସିଲଟ ପ୍ରତିଯୋଗିତାରେ ଓଡ଼ିଶାକୁ ୨୦ ପଦକ ମିଳିଛି। ଗତ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ୨୯ ରାଜ୍ୟରୁ ମୋଟ ୧୪୦୦ ପ୍ରତିଯୋଗୀ ଭାଗ ନେଇଥିଲା ବେଳେ ଓଡ଼ିଶାରୁ ୪୬ ଜଣ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ଅମଳ କରିଥିବା ୨୦ ପଦକ ମଧ୍ୟରେ ଗୋଟିଏ ସ୍ବର୍ଣ୍ଣ, ୪ ରୌପ୍ୟ ଏବଂ ୧୫ କାଂସ୍ୟ ସାମିଲ ରହିଛି। ମୁକ୍ତା ହୋତା ସ୍ବର୍ଣ୍ଣ ଜିତିଥିଲା ବେଳେ ଋଷିକେଶ ହରିଜନ, ଏସ୍ବି ସାଇସୁଲଗ୍ନା, ଦିବ୍ୟକିଶୋର ମହାପାତ୍ର, ଦିବ୍ୟାଂଶୁ ପଟେଲ ରୌପ୍ୟ ଏବଂ ଋତିକ ହରିଜନ, ସାଇ ଅଭିଷେକ ସାହୁ, ହିମାଂଶୁ ଭୂଇଁ, ଅନିଶ ଶର୍ମା, ଇପ୍ସିତା ଛଟରାଜ, ଡିମ୍ପଲ ପାତ୍ର, ପବନ ସାଇ ବେହେରା, ବିଶ୍ବଜିତ ମହାନ୍ତ, ଶ୍ରୀନିବାସ ହୋତା, ଦିପାଂଶୁ ବାଗେଲ, ସୀତଲ ପିପଲାନୀ, ହିମାଂଶୁ ପଟ୍ଟନାୟକ, ତେଜସ୍ବିନୀ ପୂଜାରୀ, ଗାୟତ୍ରୀ ଦାସ କାଂସ୍ୟ ପଦକ ଜିତିଥିଲେ। ଓଡ଼ିଶା ସଂଘର ସାଧାରଣ ସଂପାଦକ ଗୁରୁପ୍ରେମ ସିଂହ ଥାପ୍ପାଙ୍କ ତତ୍ତ୍ବାବଧାନରେ ଦଳର ପ୍ରଶିକ୍ଷକ ଭାବେ ମନୋରଞ୍ଜନ ଭଞ୍ଜ, ପ୍ରବନ୍ଧକ ଭାବେ ଶ୍ରୀଧର ବେହେରା ଏବଂ ବୈଷୟିକ ସହଯୋଗୀ ଭାବେ ଆଶୁତୋଷ ନାୟକ, ରତିକାନ୍ତ ମହାପାତ୍ର, ବିପିନ ନାୟକ, ହରିଶ ବେହେରା ଦାୟିତ୍ବ ତୁଲାଇଥିଲେ। ଓଡ଼ିଶା ସଂଘର ସଭାପତି ତାପସ କୁମାର ରାୟଚୌଧୁରୀ ଓ ସଦସ୍ୟମାନେ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp