ଭୁବନେଶ୍ବର: ହରିୟାଣାର କର୍ଣ୍ଣାଲ ସହରରେ ଅନୁଷ୍ଠିତ ଜାତୀୟ ହ୍ବିଲଚେୟାର ଅସିଚାଳନା ପ୍ରତିଯୋଗିତା ସୋମବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶାକୁ ୯ ସ୍ବର୍ଣ୍ଣ ସହ ମୋଟ ୨୪ ପଦକ ମିଳିଛି। ସେଥିରେ ୮ ରୌପ୍ୟ ଓ ୭ କାଂସ୍ୟ ପଦକ ସାମିଲ ରହିଛି। ପ୍ରଥମ ଥର ପାଇଁ ଓଡ଼ିଶା ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଯାହାକି ୧୩ ଜାତୀୟ ପ୍ରତିଯୋଗିତା ମଧ୍ୟରେ ସର୍ବଶ୍ରେଷ୍ଠ।
ପଦକ ବିଜେତା:
ପୂଜାସ୍ବିନୀ ନାୟକ (ମହିଳା-ବି): ବ୍ୟକ୍ତିଗତ ଭାବେ ୨ ସ୍ବର୍ଣ୍ଣ, ୧ ରୌପ୍ୟ। ଦଳଗତ ଭାବେ ୨ ସ୍ବର୍ଣ୍ଣ, ୧ କାଂସ୍ୟ।
ମାଳତୀ ପାନୌରେ (ମହିଳା-ଏ): ବ୍ୟକ୍ତିଗତ ୧ ସ୍ବର୍ଣ୍ଣ, ୧ ରୌପ୍ୟ। ଦଳଗତ ୨ ସ୍ବର୍ଣ୍ଣ, ୧ କାଂସ୍ୟ।
ରାଖଲ୍ କୁମାର ସେଠୀ (ପୁରୁଷ-ଏ): ବ୍ୟକ୍ତିଗତ ୧ ସ୍ବର୍ଣ୍ଣ, ୧ ରୌପ୍ୟ, ୧ କାଂସ୍ୟ। ଦଳଗତ ୧ ସ୍ବର୍ଣ୍ଣ, ୨ ରୌପ୍ୟ।
ପ୍ରଫୁଲ କୁମାର ଖଣ୍ଡାୟତରାଏ (ପୁରୁଷ-ବି): ବ୍ୟକ୍ତିଗତ ୧ ସ୍ବର୍ଣ୍ଣ, ୧ ରୌପ୍ୟ। ଦଳଗତ ୧ ସ୍ବର୍ଣ୍ଣ, ୧ ରୌପ୍ୟ।
ଭି ରମେଶ ରାଓ (ପୁରୁଷ-ଏ): ବ୍ୟକ୍ତିଗତ ୧ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ। ଦଳଗତ ୨ ରୌପ୍ୟ।
ସିଲା ମନ୍ତ୍ରୀ (ମହିଳା-ଏ): ବ୍ୟକ୍ତିଗତ ଭାବେ ୧ ଲେଖାଏଁ ରୌପ୍ୟ ଓ କାଂସ୍ୟ। ଦଳଗତରେ ୨ ସ୍ବର୍ଣ୍ଣ, ୧ କାଂସ୍ୟ।
ପବିତ୍ର ସାହୁ (ପୁରୁଷ-ଏ): ବ୍ୟକ୍ତିଗତ ୧ କାଂସ୍ୟ ଓ ଦଳଗତ ୧ ସ୍ବର୍ଣ୍ଣ।
ନିକୁ ପ୍ରଧାନ (ପୁରୁଷ-ବି): ବ୍ୟକ୍ତିଗତ ୨ କାଂସ୍ୟ ଓ ଦଳଗତ ୧ ରୌପ୍ୟ।
କରୀମୁନ ନିଶା (ମହିଳା-ଏ): ବ୍ୟକ୍ତିଗତ ୧ କାଂସ୍ୟ ଓ ଦଳଗତ ୧ କାଂସ୍ୟ।
ଅବଶିଷ୍ଟ ଦଳଗତ ପୁରୁଷ: ଦେବାମୃତ ସାହୁ (ସ୍ବର୍ଣ୍ଣ), ପ୍ରଭାକର ବେହେରା (ରୌପ୍ୟ), ଅମିୟରଞ୍ଜନ ତ୍ରିପାଠୀ (ରୌପ୍ୟ)। ଅବଶିଷ୍ଟ ଦଳଗତ ମହିଳା: ଜୁଲି ସାହୁ (ସ୍ବର୍ଣ୍ଣ), ସୁପ୍ରିୟା ବିଶ୍ବାସ (ସ୍ବର୍ଣ୍ଣ)।
ଜାତୀୟ ହ୍ବିଲଚେୟାର ଅସିଚାଳନାରେ ଓଡ଼ିଶାକୁ ୨୪ ପଦକ
/sambad/media/post_attachments/wp-content/uploads/2021/03/54g6j4dg65j4d56gj46d5g4d6g5j4jgd.jpg)