ଭୁବନେଶ୍ବର : କେରଳରେ ଆୟୋଜିତ ପ୍ରଥମ ଜାତୀୟ ପାରା ମାଷ୍ଟର ଇନ୍ଡୋର ଗେମ୍ ବ୍ୟାଡ୍ମିଣ୍ଟନରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ପଦକ ମିଳିଛ। ପୁରୁଷ ଏକକରେ ଅମରେନ୍ଦ୍ର ବେହେରା (୪୦ ବର୍ଷରୁ ଊର୍ଦ୍ଧ ବୟସ ବର୍ଗ ଏସ୍ଏଲ୍-୩) ଏବଂ ଦୀପ ରଞ୍ଜନ ବିଷୋୟୀ (୩୫ ବର୍ଷରୁ ଊର୍ଦ୍ଧ ବୟସ ବର୍ଗ ଏସ୍ଏଲ୍-୪)ସ୍ବର୍ଣ୍ଣ ପଦକ ଜିତିଥିଲେ। ପୁରୁଷ ଯୁଗଳ ବର୍ଗରେ ଉଭୟ ଏକାଠି ଖେଳି ମଧ୍ୟ ସ୍ବର୍ଣ୍ଣ ଜିତି ପଦକ ସଂଖ୍ୟାକୁ ୩ରେ ପହଞ୍ଚାଇବା ସହ ଯୁଗଳ ସଫଳତା ମଧ୍ୟ ହାସଲ କରିଛନ୍ତି। ଭିକେଏନ୍ ମେନନ୍ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ଏକକ ଫାଇନାଲ୍ରେ ଅମରେନ୍ଦ୍ର ୨୧-୧୫, ୨୧-୫ରେ ଉତ୍ତରାଖଣ୍ଡର ଦଶରଥ ଖଡ଼ାୟତଙ୍କୁ ଏବଂ ଦୀପ ୨୧-୧୨, ୨୧-୮ରେ କେରଳର ଜତ୍ନୁ ଜିକ୍କୁସ ଥୋମାସଙ୍କୁ ପରାସ୍ତ କରିଥିଲେ। ଯୁଗଳ ଫାଇନାଲ୍ରେ ଏହି ଓଡ଼ିଶା ଯୋଡ଼ି ୨୧-୮, ୨୧-୮ରେ ଅମଲ ସଙ୍କାନା ଓ ଯୋଗେଶ ପାୱାରଙ୍କୁ ହରାଇଥିଲେ। ଏହି ପ୍ରତିଯୋଗିତା ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳି ଆସନ୍ତା ବର୍ଷ ଜାପାନର କାନ୍ସାଇରେ ହେବାକୁଥିବା ବିଶ୍ବ ପାରା ମାଷ୍ଟର୍ସ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିବେ।
ପାରା ମାଷ୍ଟର ଇନ୍ଡୋର ଗେମ୍: ବ୍ୟାଡ୍ମିଣ୍ଟନ୍ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2021/09/para-badminton.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)