ଭୁବନେଶ୍ବର: ଗୋଆର ମାଡ଼ଗାଓଁଠାରେ ଅନୁଷ୍ଠିତ ୩୦ତମ ଜାତୀୟ ବେଞ୍ଚ ପ୍ରେସ୍ ପ୍ରତିଯୋଗିତାରେ ଓଡ଼ିଶାକୁ ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ସହ ମୋଟ ୩ ପଦକ ମିଳିଛି। ୧୦୫ କିଲୋଗ୍ରାମ ଓଜନ ବର୍ଗରେ ଭାଗ ନେଇଥିବା ସୂର୍ଯ୍ୟକାନ୍ତ ପ୍ରଧାନ ମୋଟ ୧୭୫ କିଲୋଗ୍ରାମ ଉତ୍ତୋଳନ କରି କାଂସ୍ୟ ପଦକ ଜିତିଥିଲେ। ଏହି ସଫଳତା ପାଇଁ ସୂର୍ଯ୍ୟକାନ୍ତଙ୍କୁ ଦ ୱାର୍ଲ୍ଡ ଜିମ୍ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ସୀତାଂଶୁ ମୋହନ ଦ୍ବିବେଦୀ, ଖଦୀ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଏବଂ ନୀଳକଣ୍ଠ ପ୍ରଧାନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିଭଳି ୭୫ କିଲୋଗ୍ରାମରେ ଦିବାକର ଗୋଚ୍ଛାୟତ ୧୫୦ କିଲୋଗ୍ରାମ ଭାର ଉଠାଇ କାଂସ୍ୟ ଏବଂ ମାଷ୍ଟର ପୁରୁଷ-୩ରେ ନାରାୟଣ ସେଠୀ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ସମରେନ୍ଦ୍ର ରାଉତରାୟଙ୍କ ନେତୃତ୍ବରେ ଓଡ଼ିଶାରୁ ୧୧ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ସଫଳ ପଦକ ବିଜେତାଙ୍କୁ ରାଜ୍ୟ ଶକ୍ତିଉତ୍ତୋଳନ ସଂଘର କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇଛନ୍ତି।
ଜାତୀୟ ବେଞ୍ଚ୍ ପ୍ରେସ୍ରେ ଓଡ଼ିଶାକୁ ୩ ପଦକ
/sambad/media/post_attachments/wp-content/uploads/2021/11/2d31g23gda132dg132gdgddggd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)