ଜାତୀୟ ଉପକନିଷ୍ଠ ରୋଇ˚ରେ ଓଡ଼ିଶାକୁ ୪ ପଦକ

କଟକ: ଶ୍ରୀନଗରରେ ଶେଷ ହୋଇଥିବା ୨୩ତମ ଜାତୀୟ ଉପକନିଷ୍ଠ ଏବଂ ପଞ୍ଚମ ଅନ୍ତଃରାଜ୍ୟ ଚାଲେଞ୍ଜର ରୋଇ˚ ପ୍ରତିଯୋଗିତାରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ମୋଟ ୪ ପଦକ ମିଳିଛି। ଉପକନିଷ୍ଠ ବାଳକ ସିଙ୍ଗଲ ସ୍କଲରେ ରାହୁଲ ରାଥୋଡ଼, ମହିଳା ଡବଲ ସ୍କଲ୍‌ରେ ବର୍ଷାରାଣୀ ସେଠୀ ଓ ପ୍ରୀତିପ୍ରଜ୍ଞା ସାହୁଙ୍କ ଯୋଡ଼ି ଏବ˚ ଚାଲେଞ୍ଜର ପ୍ରତିଯୋଗିତାର ମହିଳା ଡବଲ ସ୍କଲ୍‌ରେ ଗୁରସରଣପ୍ରୀତ କୌର ଓ ଅରୁଣପ୍ରୀତ କୌରଙ୍କ ଯୋଡ଼ି ସ୍ବର୍ଣ୍ଣ ପଦକ ପାଇଛନ୍ତି। ଏହାବାଦ୍‌ ଚାଲେଞ୍ଜରର ପୁରୁଷ ସିଙ୍ଗଲ ସ୍କଲରେ ଶୋବିତ ପାଣ୍ଡେ କା˚ସ୍ୟ ପଦକ ପାଇଥିଲେ। ଏହି ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ୯ ବାଳିକା ଓ ୬ ବାଳକଙ୍କ ସହ ପ୍ରଶିକ୍ଷକ ଇନ୍ଦରପାଲ ସି˚ହ ଓ ଚୈତନ୍ୟ କୁମାର ଶ୍ରୀନଗର ଯାତ୍ରା କରିଥିଲେ। ଓଡ଼ିଶାକୁ ମିଳିଥିବା ଉକ୍ତ ସଫଳତା ପାଇଁ ଓଡ଼ିଶା ରୋଇ˚ ଓ ସ୍କଲି˚ ସ˚ଘର ସଭାପତି ବିନୋଦ ଦାଶ ଓ ସାଧାରଣ ସମ୍ପାଦକ ଅମରଜ୍ୟୋତି ସି˚ହଦେଓ ସମସ୍ତ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର