ଭୁବନେଶ୍ବର: ନାଗପୁରର ଭିସିଏ ଷ୍ଟାଡିୟମ୍ରେ ଆୟୋଜିତ ବିସିସିଆଇ ୧୫ବର୍ଷରୁ କମ୍ ବାଳିକା ଦିନିକିଆ ଏଲିଟ୍-ସି ମ୍ୟାଚ୍ରେ ଓଡ଼ିଶା ୭ ୱିକେଟ୍ରେ ଜମ୍ମୁ କାଶ୍ମୀରକୁ ପରାସ୍ତ କରିଛି। ଶନିବାରର ଏହି ଲୋ ସ୍କୋରିଂ ମ୍ୟାଚ୍ରେ ଜମ୍ମୁ କାଶ୍ମୀର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଓଡ଼ିଶା ବୋଲର୍ ଅନ୍ବେଷା ସ୍ବାଇଁ ଓ ରୋମି ପ୍ରଲିପ୍ତା ମଲ୍ଲିକଙ୍କ ଶାଣିତ ବୋଲିଂର ସମ୍ମୁଖୀନ ହୋଇ ନପାରି ୩୪.୧ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୧୭ ରନ୍ କରିଥିଲା।
ଜମ୍ମୁ କାଶ୍ମୀର ପକ୍ଷରୁ ସର୍ବାଧିକ ୨୮ ରନ୍ କରିଥିଲେ। ଅନ୍ବେଷା ୧୬ ରନ୍ ଦେଇ ୪ ଏବଂ ରୋମି ପ୍ରଲିପ୍ତା ୨୧ ରନ୍ ଖର୍ଚ୍ଚ କରି ୨ ୱିକେଟ୍ ନେଇଥିଲେ। ଜବାବରେ ଓଡ଼ିଶା ୨୬.୪ ଓଭରରେ ମାତ୍ର ୩ ୱିକେଟ୍ ହରାଇ ୧୧୮ ରନ୍ କରିବା ସହ ଏକପ୍ରକାର ସହଜ ବିଜୟ ହାସଲ କରିଥିଲା। ଅନ୍ବେଷା ସ୍ବାଇଁ ମାତ୍ର ୪୭ ରନ୍ର ଅପରାଜିତ ପାଳି ଖେଳିଥିଲେ। ସେହିଭଳି ଚିରଶ୍ରୀ ରାଉତ ୭୮ ବଲ୍ରୁ ୪୦ ରନ୍ର ପାଳି ଖେଳିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2026/01/10/cricket-representative-image-2026-01-10-22-22-14.jpg)