ଭୁବନେଶ୍ବର: ମହାରାଷ୍ଟ୍ରର ଅହମଦନଗର ଜିଲ୍ଲା ଆତ୍ମା ମଲିକ ସ୍ପୋର୍ଟସ ଆଣ୍ଡ୍‌ ଏଜୁକେଶନ କଂପ୍ଲେକ୍ସରେ ଆୟୋଜିତ ଜାତୀୟ ଗ୍ରାପ୍‌ଲିଙ୍ଗ୍‌ ପ୍ରତିଯୋଗିତାର ଚତୁର୍ଦଶ ସଂସ୍କରଣରେ ଓଡ଼ିଶା ୬ ପଦକ ହାସଲ କରିଛି। ସେଥିରେ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୧ କାଂସ୍ୟ ସାମିଲ ରହିଛି। ଓଡ଼ିଶାରୁ ମୋଟ ୬ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ପ୍ରଶାନ୍ତ କୁମାର ବେହେରା ୬୬ କେଜି ଜିଆଇ ଓ ନୋ-ଜିଆଇ କନିଷ୍ଠ ବର୍ଗରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଥିଲେ।

Advertisment

ସିଦ୍ଧାର୍ଥ ଶଙ୍କର ମହାନ୍ତି (୫୮ କେଜି) ଜିଆଇ କନିଷ୍ଠ ବର୍ଗରେ ରୌପ୍ୟ, ସନ୍ତୋଷ ସିଂହ (୭୧ କେଜି) ନୋ-ଜିଆଇ ବରିଷ୍ଠ ବର୍ଗରେ ରୌପ୍ୟ, କ୍ରିଷ୍ଣାଶିଶ ମହାନ୍ତି (୮୪ କେଜି) ନୋ-ଜିଆଇ ବରିଷ୍ଠ ବର୍ଗରେ ରୌପ୍ୟ ଜିତିଥିଲେ। ସେହିପରି ଯୁବ ବର୍ଗରେ ତନେଶ ପୁନିତ ଲେଙ୍କା (୬୩ କେଜି) ନୋ-ଜିଆଇରେ କାଂସ୍ୟ ଜିତିଥିଲେ। ଗ୍ରାପ୍‌ଲର୍‌ଙ୍କ ଏହି ସଫଳତା ପାଇଁ ରାଜ୍ୟ ସଂଘ ଓ ଉତ୍କଳ କରାଟେ ସ୍କୁଲ୍‌ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି।