ଭୁବନେଶ୍ବର: ପ୍ରଥମ ବିର୍ସା ମୁଣ୍ଡା ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶାକୁ ୯ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୮ କାଂସ୍ୟ ସହ ମୋଟ ୨୦ ପଦକ ମିଳିଛି। ଜୁଲାଇ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଞ୍ଚିଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରଶିକ୍ଷକ ଭାବେ ଶ୍ରୀକାନ୍ତ ପରିଡ଼ା, ମିଥୁନ ସାହୁ, ପ୍ରଭାତ ସାହୁ, ମାଧବୀ ମିଶ୍ର ଏବଂ ପ୍ରବନ୍ଧକ ଭାବେ ପବିତ୍ର ରଣା ଖେଳାଳିମାନଙ୍କ ସହ ଝାଡ଼ଖଣ୍ଡ ଗସ୍ତ କରିଥିଲେ। ଏହି ସଫଳତା ଲାଗି ଖେଳାଳିମାନଙ୍କୁ ଓଡ଼ିଶା ଟାଏକୋଣ୍ଡୋ ସଂଘ ସମ୍ପାଦକ ମନମୋହନ ଭଞ୍ଜ ଏବଂ କଟକ ଟାଏକୋଣ୍ଡୋ ସଂଘର ସଭାପତି ନିଶାର ଏହମ୍ମଦ ଓ ସମ୍ପାଦକ ପ୍ରହ୍ଲାଦ ସାହା ଶୁଭେଚ୍ଛା ଜଣାଇଛନ୍ତି। ବ୍ରହ୍ମପୁରର ଅର୍ମାନ ପାଢ଼ୀ, କେନ୍ଦୁଝରର ମଧୁସ୍ମିତା ମହାନ୍ତି ଦୁଇଟି ଲେଖାଏଁ ଏବଂ ଭବାନୀ ଶଙ୍କର ମହାନ୍ତ(କେନ୍ଦୁଝର), ସୌମ୍ୟରଂଜନ ପ୍ରଧାନ, ଜିଜ୍ଞାଶୁ କୁମାର ଭଟ୍ଟ (ପୁରୀ), ଆର୍ଯ୍ୟନ୍ ଚୌଧୁରୀ, ଅନୀଲ ଗୌଡ଼ (କଟକ) ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଜିତିଥିଲେ। କେନ୍ଦୁଝରର ଅଖିଳ ପରିଡ଼ା, ବ୍ରହ୍ମପୁରର ପ୍ରିୟଙ୍କା ପଟ୍ଟନାୟକ, କନ୍ଧମାଳର କେ କମଲେସ ଗୋଟିଏ ଲେଖାଏଁ ରୌପ୍ୟ ପଦକ ପାଇଥିଲେ। କଟକର ଜ୍ୟୋତି ସାଇ କର, ଜି ଚାଙ୍ଗ ଲିଉ, କନ୍ଧମାଳର ଅଞ୍ଜନେୟ ମହାନ୍ତି, ସ୍ବେତାଲିନ ପ୍ରିୟଦର୍ଶିନୀ, ଅପୂର୍ବ ଆର୍ଯ୍ୟ, ପୁରୀର ପ୍ରତୀକ ବେହେରା, ଲକ୍ଷ୍ମୀପ୍ରିୟା ହାଂସ୍ଦା ଓ ପାୟଲ ବଡ଼ଜେନା ଗୋଟିଏ ଲେଖାଏଁ କାଂସ୍ୟ ପଦକ ଜିତିଥିଲେ।
ଓଡ଼ିଶାକୁ ୯ ସ୍ବର୍ଣ୍ଣ ସହ ୨୦ ପଦକ
ବିର୍ସା ମୁଣ୍ଡା ଜାତୀୟ ଟାଏକୋଣ୍ଡୋ
/sambad/media/post_attachments/wp-content/uploads/2019/07/taikondo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)