କଟକ: ଝାଡ଼ଖଣ୍ତର ରାଞ୍ଚିଠାରେ ଆସନ୍ତା ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ୧୫ ବର୍ଷରୁ କମ୍‌ ଜାତୀୟ ଜାତୀୟ କୁସ୍ତି ପ୍ରତିଯୋଗିତା ଆୟୋଜିତ ହେବ। ଏଥିପାଇଁ ଓଡ଼ିଶା ଦଳର ଘୋଷଣା ହୋଇଛି। ରାଜ୍ୟ କୁସ୍ତି ସ˚ଘ ଆନୁକୂଲ୍ୟରେ ଖେଳାଳିମାନଙ୍କୁ ନେଇ ଜବାହରଲାଲ ନେହରୁ ଇନ୍‌‌ଡୋର ଷ୍ଟାଡିୟମରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଶିବିର ପରେ ବାଳକ ଦଳ ପାଇଁ ରୋହିତ ସାମଲ, ଶୁଭମ୍‌ ସାହୁ, ଦେବାଶିଷ ପାଣିଗ୍ରାହୀ, ଆର୍ଯ୍ୟନ ସାହୁ, ସାଇ ପ୍ରସାଦ ସାମଲ, ପ୍ରଭାସ ର˚ଜନ ପ୍ରଧାନ, କୃଷ୍ଣଚନ୍ଦ୍ର ପଣ୍ତା, ଆଦିତ୍ୟ ଅମିୟ ରାଉତ, ବାଳିକା ଦଳ ପାଇଁ ପ୍ରିତିଶ୍ରୀ ପରିଡ଼ା, ଶୁଭଲକ୍ଷ୍ମୀ ପାଲ୍‌, ଜ୍ୟୋତି ସେଠୀ, ରୂପାଲି ମହାନ୍ତି, ଅନ୍ନପୂର୍ଣ୍ଣା ନାୟକ, ଶ୍ରଦ୍ଧାଶ୍ରୀ ଉପାଧ୍ୟାୟ, ସୋନିଆ ନାୟକ, ପ୍ରତୀକ୍ଷା ବରାଳଙ୍କୁ ମନୋନୀତ କରାଯାଇଛି। ରାଜ୍ୟ ସ˚ଘ ସମ୍ପାଦକ କିଶୋର ବେହେରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରକୁ କାଳନ୍ଦୀ ମାଣିଆ, ମନୀଷା ବେହେରା, ରଞ୍ଜିତ ବେହେରା, ଜିତୁ ଦାସ ପରିଚାଳନା କରୁଥିଲେ।