କଟକ,: ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଚାଲିଥିବା ୧୯ ବର୍ଷରୁ କମ୍ କୁଚବେହାର ଟ୍ରଫି କ୍ରିକେଟ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ସୌରାଷ୍ଟ୍ରକୁ ୪୭୩ ରନ୍ରେ ଓଡ଼ିଶା ବୋଲରମାନେ ସୀମିତ ରଖିଛନ୍ତି। ଜବାବରେ ଦ୍ୱିତୀୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ପ୍ରଥମ ପାଳିରେ ୨ ଓ୍ଵିକେଟ ବିନିମୟରେ ୯୩ ରନ୍ ସଂଗ୍ରହ କରିନେଇଛି। କୁନାଲ ମଲ୍ଲିକ ୫୮, ଅୟସକାନ୍ତ ସାହୁ ୧୧ରନ୍ରେ ଆଉଟ ହୋଇଥିଲାବେଳେ ସ୍ୱସ୍ତିକ ସାମଲ ୧୨ ଓ ରଘୁନାଥ ମଲ୍ଲ ୮ରନ୍ କରି ଅପରାଜିତ ଅଛନ୍ତି। ଦୁଇଟିଯାକ ଓ୍ଵିକେଟ ପ୍ରଣବ କାରିଆ ଅକ୍ତିଆର କରିଛନ୍ତି। ସୌରାଷ୍ଟ୍ର ପ୍ରଥମ ଦିନର ଅସମାପ୍ତ ସ୍କୋର ୨୯୯/୬ରୁ ଖେଳ ଆରମ୍ଭ କରି ଦ୍ୱିତୀୟ ଦିନରେ ୧୭୪ରନ୍ ଯୋଡ଼ିଥିଲା। ଓଡ଼ିଶା ପକ୍ଷରୁ କୃଷ୍ଣ ପଲାଇ ସର୍ବାଧିକ ୩ ଓ୍ଵିକେଟ ଅକ୍ତିଆର କରିଥିଲେ।
କୁନାଲଙ୍କ ଅର୍ଧଶତକ, ଓଡ଼ିଶା ୯୩/୨
/sambad/media/post_attachments/wp-content/uploads/2017/11/cricket-wallpapers-017-1.jpg)