ଜାତୀୟ ଉପକନିଷ୍ଠ ବାଳକ ଫୁଟ୍‌ବଲ : ସିକିମ୍‌କୁ ୧୬-୦‌ରେ ହରାଇଲା

କଟକ : ଝାଡ଼ଖଣ୍ତର ବୋକାରୋସ୍ଥିତ ମଙ୍ଗଳମ ଷ୍ଟାଡିୟମରେ ଜାତୀୟ ଉପକନିଷ୍ଠ ବାଳକ ଫୁଟ୍‌ବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ଗ୍ରୁପ୍‌ ବି’ରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୧୬-୦ ଗୋଲ୍‌ରେ ସିକିମ୍‌କୁ ହରାଇଛି। ବିଜୟୀ ଦଳ ପାଇଁ ରହିମ ବାଡ (୨୪, ୨୬, ୩୩, ୫୦ ମିନିଟ୍‌) ସର୍ବାଧିକ ୪ ଗୋଲ୍‌ କରିଥିଲା ବେଳେ ଜୟ ଟପ୍ପୋ (୩ ଓ ୩୨ ମିନିଟ୍‌) ଓ ଅର୍ବିନ ଲାକ୍ରା (୨୧ ଓ ୪୬ ମିନିଟ୍‌) ଦୁଇଟି ଲେଖାଏଁ, ଶଶୀକାନ୍ତ ପ୍ରଧାନ (୨୨ ମିନଟ୍‌), ଅନୀଲ ଟପ୍ପୋ (୪୭ ମିନିଟ୍‌), ପ୍ରସନ୍ନ ବାରା (୫୪ ମିନିଟ୍‌), ବିନୋଦ ମାଝୀ (୬୦ ମିନିଟ୍‌), ବି ଶିବା (୭୩ ମିନିଟ୍‌), ଭାଗିରଥୀ ସୋରେନ୍‌ (୭୮ ମିନିଟ୍‌) ଓ କହ୍ନେଇ ନାଏକ (୮୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ି ବ୍ୟବଧାନ ବଢ଼ାଇଥିଲେ। ଅନ୍ୟପକ୍ଷରେ ୬୩ ମିନିଟ୍‌ରେ ସିକିମ୍‌ର ଅଜୟ ତମଙ୍ଗଙ୍କ ଆତ୍ମଘାତୀ ଗୋଲ୍‌ ଓଡ଼ିଶାକୁ ୧୬-୦ର ଏକତରଫା ବିଜୟ ଭେଟି ଦେଇଥିଲା। ୮ ତାରିଖରେ ଓଡ଼ିଶା ତା’ର ଦ୍ବିତୀୟ ମ୍ୟାଚ୍‌ରେ ସାଇ ପ୍ରଶିକ୍ଷଣ କେନ୍ଦ୍ରକୁ ଭେଟିବ।

ସମ୍ବନ୍ଧିତ ଖବର