ନ୍ୟାସନାଲ ଚାମ୍ପିୟନସିପରେ ସ୍ବର୍ଣ୍ଣ ଜିତିଲେ ଦୁତି ଚାନ୍ଦ

ଭୁବନେଶ୍ୱର: ଲଖନଉରେ ଚାଲିଥିବା ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ବର୍ଣ୍ଣ ଜିତିଛନ୍ତି ଓଡ଼ିଆ ଧାବିକା ଦୁତି ଚାନ୍ଦ | ଏଠାରେ ଚାଲିଥିବା ୫୯ ତମ ଇଣ୍ଟରଷ୍ଟେଟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପରେ ତାଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି | ୧୦୦ ମିଟର ପ୍ରତିଯୋଗିତାରେ ଦୂତିଙ୍କୁ ଏହି ସଫଳତା ମିଳିଥିବାବେଳେ ମାତ୍ର ୧୧.୩୮ ସେକେଣ୍ଡରେ ଦୁତି ଏହାକୁ ସଫଳ ଭାବେ ପୂରଣ କରିପାରିଥିଲେ |

ଏହି ପ୍ରତିଯୋଗିତାରେ ତାମିଲନାଡୁର ଅର୍ଚନା ସେସେନ ୧୧.୫୦ ସେକେଣ୍ଡରେ ଦୂରତା ଅତିକ୍ରମ କରି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାବେଳେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ପଶ୍ଚିମବଙ୍ଗର ହିମାଶ୍ରୀ ରାୟ | ହିମାଶ୍ରୀ ୧୧.୬୩ ସେକେଣ୍ଡରେ ୧୦୦ ମିଟର ଦୂରତାକୁ ଅତିକ୍ରମ କରିପାରିଥିଲେ |

ଏଠାରେ ସୂଚନା ଥାଉ କି ଗତକାଲି ସେମିଫାଇନାଲରେ ୧୦୦ ମିଟର ଦୂରତାକୁ ଦୁତି ୧୧.୩୫ ସେକେଣ୍ଡରେ ସମ୍ପୂର୍ଣ୍ଣ କରିଥିଲେ | ଯାହାଫଳରେ ସେ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିଥିଲେ | ଏଠାରେ ସୂଚନା ଥାଉ କି ଦୁତିଙ୍କୁ ଏଣିକି ‘ପୁମା’ର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି | ଅର୍ଥାତ ‘ପୁମା’ କମ୍ପାନୀର ସମସ୍ତ ବ୍ରାଣ୍ଡ ଓ ବିଜ୍ଞାପନରେ ଦୁତିଙ୍କୁ ଦେଖିବାକୁ ମିଳିବ |

ସମ୍ବନ୍ଧିତ ଖବର