ଭୁବନେଶ୍ବର: ବିଗତ ସାତ ଦଶନ୍ଧି ଧରି ରାଜ୍ୟର ପ୍ରଥମ କିମ୍ବା ଏକମାତ୍ର ଖେଳାଳି ଭାବେ ବରିଷ୍ଠ ବର୍ଗର ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଥିବା ୫୩ ଜଣ କ୍ରୀଡ଼ାବିତ୍ଙ୍କ ସମ୍ପର୍କରେ ସ୍ବତନ୍ତ୍ର ତଥ୍ୟ ଉପସ୍ଥାପନା।
(୧) ଜାତୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ବିଜେତା: ସ୍ବର୍ଗତ ନନ୍ଦ କୃଷ୍ଣ ଦାସ (୧୯୫୦ ଜାତୀୟ କ୍ରୀଡ଼ା, ବମ୍ବେ)।
(୨) ଏସୀୟ କ୍ରୀଡ଼ା (ଫୁଟ୍ବଲ୍)ରେ ସ୍ବର୍ଣ୍ଣ ପଦକ: ସ୍ବର୍ଗତ ସେକ୍ ମଜିଦ (ବଚନ), ୧୯୫୧ ପ୍ରଥମ ଏସୀୟ କ୍ରୀଡ଼ା, ଦିଲ୍ଲୀ।
(୩) ପ୍ରଥମ ଅନ୍ତର୍ଜାତୀୟ ବାସ୍କେଟବଲ୍ର: ଅରୂପାନନ୍ଦ ରାଉତରାୟ (୧୯୫୦ ଜାତୀୟ କ୍ରୀଡ଼ା, ବମ୍ବେ ଓ ଏବିସି, ୧୯୬୫)।
(୪) ଭାରତ ଦଳରୁ ଖେଳିବା ଓ ବରିଷ୍ଠ ଦଳ ପ୍ରଶିକ୍ଷକ: ଅରୂପାନନ୍ଦ ରାଉତରାୟ (ବାସ୍କେଟବଲ୍), ୧୯୮୦-ସହକାରୀ ପ୍ରଶିକ୍ଷକ ଓ ୧୯୮୩-ପ୍ରଶିକ୍ଷକ।
(୫) ଅର୍ଜୁନ ପୁରସ୍କାର ଏବଂ ଜାତୀୟ ସାଇକେଲିଂ ବିଜୟିନୀ: ମିନତି ମହାପାତ୍ର (୧୯୮୦) ଏବଂ ୧୯୭୨ରୁ ୧୯୭୫ ଓ ୧୯୭୭ରୁ ୧୯୭୯।
(୬) ପ୍ରଥମ ପୁରୁଷ ଅର୍ଜୁନ ପୁରସ୍କାର ଏବଂ ଜାତୀୟ ଭାରୋତ୍ତୋଳନ ବିଜେତା: ବିଜୟ କୁମାର ଶତପଥୀ (୧୯୮୧)।
(୭) ପ୍ରଥମ ଆଥ୍ଲେଟ୍ ଭାବେ ଏସୀୟ କ୍ରୀଡ଼ା ଅଂଶଗ୍ରହଣ: ସେକ୍ ଗୁଲଜାର-୧୯୫୧ ଦିଲ୍ଲୀ ୧୦୦୦୦ ମିଟର ଦୌଡ଼।
(୮) ଏସୀୟ କ୍ରୀଡ଼ା ବ୍ୟାଡ୍ମିଣ୍ଟନ୍ରେ ଏକମାତ୍ର ପଦକ ବିଜେତା: ସ୍ବର୍ଗତ ସନତ ମିଶ୍ର (୧୯୮୬ ସିଓଲ, କାଂସ୍ୟ ପଦକ)।
(୯) ଜାତୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ସହ ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଥିବା ପ୍ରଥମ ମହିଳା ଆଥ୍ଲେଟ୍: ଉଷାରାଣୀ ଲେସଲି (ମିଶ୍ର) (ଉଚ୍ଚଡିଆଁ ୧.୬୭ ମିଟର, ଅନ୍ତରାଜ୍ୟ କ୍ରୀଡ଼ା-୧୯୭୨)।
(୧୦) ସାଫ୍ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଏକମାତ୍ର ଭଲିବଲ୍ ଖେଳାଳି: ମହମ୍ମଦ ଜମ୍ମା (୧୯୯୩-୯୫, ସାଫ୍ କ୍ରୀଡ଼ା- କଲମ୍ବୋ)।
(୧୧) ଭାରତ ବରିଷ୍ଠ ଭଲିବଲ୍ ଦଳରେ ଖେଳିଥିବା ପ୍ରଥମ ଏବଂ ଏକମାତ୍ର ମହିଳା: ଝିଲିଲତା ସେଣ (ଦଶମ ସାଫ୍ କ୍ରୀଡ଼ା ସ୍ବର୍ଣ୍ଣ ପଦକ, କଲମ୍ବୋ ୨୦୦୬)।
(୧୨) ଏସୀୟ କ୍ରୀଡ଼ା ରୌପ୍ୟ ଜିତିଥିବା ପ୍ରଥମ ଆଥ୍ଲେଟ୍: ପ୍ରଣତି ମିଶ୍ର (୪ ଗୁଣା ୪୦୦ ମିଟର ରିଲେ, ବେଜିଂ, ୧୯୯୦)।
(୧୩) ସାଫ୍ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ପ୍ରଥମ ପୁରୁଷ ଆଥ୍ଲେଟ: ହେମନ୍ତ ପଟେଲ (ଲମ୍ବଡିଆଁ, ୧୯୮୪, କାଠମାଣ୍ଡୁ)।
(୧୪) ଅଲିମ୍ପିକ୍ ଖେଳିବାରେ ପ୍ରଥମ ହକି ଖେଳାଳି , ଅଧିନାୟକ, ପ୍ରଥମ ଅର୍ଜୁନ ପୁରସ୍କାର (ହକି), ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ (୪୧୨), ବିଶ୍ବ ଅଲ୍ଷ୍ଟାର ଦଳରେ ସାମିଲ (୨ ଥର) ଏବଂ ପ୍ରଥମ କ୍ରୀଡ଼ାବିତ ସାଂସଦ: ପଦ୍ମଶ୍ରୀ ଦିଲୀପ ତିର୍କି (୧୯୯୬ ଆଟ୍ଲାଣ୍ଟା ଅଲିମ୍ପିକ୍ସ)
(୧୫) ଭାରତୀୟ ହକି ଦଳର ଅଧିନାୟିକା ହେବାରେ ପ୍ରଥମ ଏବଂ ଏକମାତ୍ର ଅର୍ଜୁନ ପୁରସ୍କାର ବିଜୟିନୀ (ହକି): ଜ୍ୟୋତି ସୁନିତା କୁଲୁ (ସ୍ବର୍ଣ୍ଣ ପଦକ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ମାଞ୍ଚେଷ୍ଟର ୨୦୦୨ ଓ ଅର୍ଜୁନ ପୁରସ୍କାର ୨୦୦୨)
(୧୬) ୧୦୦ ମିଟର ଦୌଡ଼ରେ ଜାତୀୟ କୀର୍ତ୍ତିମାନ (୧୧.୩ ସେକେଣ୍ଡ୍) ପ୍ରତିଷ୍ଠାର ପ୍ରଥମ ମହିଳା ଏବଂ ୨୦୦୦ ସିଡ୍ନି ଅଲିମ୍ପିକ୍ସ ପ୍ରତିନିଧିତ୍ବ: ରଚିତା ମିସ୍ତ୍ରୀ ପଣ୍ଡା
(୧୭) ୧୦୦ ମିଟର ବାଧାଦୌଡ଼ରେ ଜାତୀୟ କୀର୍ତ୍ତିମାନ (୧୩.୩୮ ସେକେଣ୍ଡ୍) ପ୍ରତିଷ୍ଠାରେ ପ୍ରଥମ ମହିଳା ଆଥ୍ଲେଟ୍। ଦୀର୍ଘ ୧୮ ବର୍ଷ ଅତୁଟ ରହିଛି ଏବଂ ୨୦୦୦ ସିଡ୍ନି ଅଲିମ୍ପିକ୍ସ ଭାରତୀୟ ଦଳର ସଦସ୍ୟା: ଅନୁରାଧା ବିଶ୍ବାଳ (୨୦୦୨)
(୧୮) ଭାରତୀୟ ମହିଳା ଫୁଟ୍ବଲ୍ ଦଳର ସଦସ୍ୟ ଭାବେ ୧୯୯୯ରେ ଏସୀୟ ମହିଳା ପ୍ରତିଯୋଗିତା (ଚୀନ୍)ରେ ଯୋଗଦାନରେ ପ୍ରଥମ ମହିଳା ଖେଳାଳି ଏବଂ ଭାରତୀୟ ଦଳର ଅଧିନାୟିକା ହେବାର ମଧ୍ୟ ପ୍ରଥମ: ଶ୍ରଦ୍ଧାଞ୍ଜଳି ସାମନ୍ତରାୟ (୧୯୯୭)।
(୧୯) ପୁରୁଷ ୧୦୦ ମିଟରରେ ଜାତୀୟ କୀର୍ତ୍ତିମାନ ଅଧିକାରୀ ପ୍ରଥମ ଆଥ୍ଲେଟ୍: ଅମିୟ ମଲ୍ଲିକ (୧୦.୨୬ ସେକେଣ୍ଡ୍, ୨୦୧୬ ଫେଡେରସନ୍ କପ୍, ଦିଲ୍ଲୀ)।
(୨୦) ଏସୀୟ ଦୌଡ଼କୁଦରେ ୨ ରୌପ୍ୟ (୧୦୦, ୨୦୦ ମିଟର) ଜିତିବା ଏବଂ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଏବଂ ଏକମାତ୍ର ଆଥ୍ଲେଟ୍ (ଦେଶର ମଧ୍ୟ) ଏବଂ ରିଓ ଅଲିମ୍ପିକ୍ସରେ ଯୋଗଦାନ ଓ ଅଧୁନା ୧୦୦ ମିଟର ଦୌଡ଼ରେ ଜାତୀୟ କୀର୍ତ୍ତିମାନର ଅଧିକାରିଣୀ (୧୧.୨୨ ସେକେଣ୍ଡ): ଦୂତି ଚାନ୍ଦ (୨୦୧୮ ଜାକର୍ତ୍ତା ଓ ରିଓ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡ଼ ପାଇ ଯୋଗ୍ୟତ ଅର୍ଜନ କରିବା ପ୍ରଥମ ଆଥ୍ଲେଟ୍)।
(୨୧) ଭାରତୀୟ ପୁରୁଷ ଫୁଟ୍ବଲ୍ ଦଳର ସଦସ୍ୟ ଭାବେ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ଖେଳିବାରେ ପ୍ରଥମ ଓ ଏକମାତ୍ର ଫୁଟ୍ବଲର୍: ରାଜେନ୍ଦ୍ର ପ୍ରସାଦ ସିଂହ (୧୯୯୪)।
(୨୨) ଭାରତୀୟ ଭାରୋତ୍ତୋଳନ (ମହିଳା) ଦଳର ସଦସ୍ୟା ଭାବେ ମାଞ୍ଚେଷ୍ଟର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦୁଇଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଥିବା ପ୍ରଥମ ଏବଂ ଏକମାତ୍ର କ୍ରୀଡ଼ାବିତ: ପ୍ରଶ୍ମିତା ମଙ୍ଗରାଜ (୨୦୦୨)।
(୨୩) ଭାରତୀୟ ଭାରୋତ୍ତୋଳନ ଦଳର ସଦସ୍ୟ ଭାବେ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା (୨୦୧୦)ରେ ସ୍ବର୍ଣ୍ଣ କାଂସ୍ୟ ପଦକ ଜିତିଥିବା ପ୍ରଥମ ଓ ଏକମାତ୍ର କ୍ରୀଡ଼ାବିତ ଏବଂ ୨୦୧୨ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ବ: କେ ରବିକୁମାର (୬୯ କେଜି, ୨୦୧୦)।
(୨୪) ଭାରତୀୟ ବ୍ୟାଡ୍ମିଣ୍ଟନ୍ ଦଳର ସଦସ୍ୟା ଭାବେ ଏସୀୟ କ୍ରୀଡ଼ାରେ ଭାଗନେଇଥିବା ପ୍ରଥମ ମହିଳା: ଋତୁପର୍ଣ୍ଣା ପଣ୍ଡା (୨୦୧୮, ଜାକର୍ତ୍ତା)।
(୨୫) ଅନ୍ତର୍ଜାତୀୟ କ୍ରିକେଟ୍ ଓ ଦିନିକିଆ ବିଶ୍ବକପ୍ ଖେଳିବାରେ ପ୍ରଥମ ଖେଳାଳି: ଦେବାଶିଷ ମହାନ୍ତି (୧୯୯୭)।
(୨୬) ବିଶ୍ବ ପାରାବ୍ୟାଡ୍ମିଣ୍ଟନ୍ ଚାମ୍ପିଅନ୍ ଏବଂ ଏଥିରେ ଅର୍ଜୁନ ପୁରସ୍କାର ବିଜେତା: ପ୍ରମୋଦ ଭଗତ (୨୦୧୯ ବାସିଲ, ସ୍ବିଜରଲାଣ୍ଡ)।
(୨୭) ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇବାରେ ପ୍ରଥମ ଓ ଏକମାତ୍ର ପ୍ରଶିକ୍ଷକ: ବ୍ରଜଭୂଷଣ ମହାନ୍ତି (ମୁଷ୍ଟିଯୁଦ୍ଧ, ୨୦୧୭)।
(୨୮) ଚେସ୍ରେ ଗ୍ରାଣ୍ଡମାଷ୍ଟର ଟାଇଟଲ ପାଇବାରେ ପ୍ରଥମ: ଦେବାଶିଷ ଦାସ (୨୦୧୩)।
(୨୯) ଚେସ୍ରେ ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ୍) ଟାଇଟଲ୍ : କିରଣ ମନିଷା ମହାନ୍ତି (୨୦୧୦)।
(୩୦) ରୋଇଂ (ନୌକା ଚାଳନା) କକ୍ସଲେସ୍ ପେୟାର ଇଭେଣ୍ଟ୍ରେ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ଜିତିବାରେ ପ୍ରଥମ ମହିଳା (୨ ଜଣ) ଏବଂ ଭାରତ ପକ୍ଷରୁ ମଧ୍ୟ ପ୍ରଥମ: ପ୍ରମିଳା ପ୍ରଭା ମିଞ୍ଜ ଓ ପ୍ରତିମା ପୁହାଣ (୨୦୧୦ ଏସୀୟ କ୍ରୀଡ଼ା)।
(୩୧) ବିଶ୍ବ ଜିମ୍ନାଷ୍ଟିକ୍ସ ଚାମ୍ପିଅନ୍ସିପ୍ (୨୦୧୫) ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା (୨୦୧୮)ରେ ଅଂଶଗ୍ରହଣ: ରାକେଶ କୁମାର ପାତ୍ର।
(୩୨) ଚେସ୍ରେ ଅନ୍ତର୍ଜାତୀୟ ମାଷ୍ଟର ହାସଲରେ ପ୍ରଥମ ମହିଳା ଏବଂ ଏସୀୟ ବିଜେତା: ପଦ୍ମିନୀ ରାଉତ (୨୦୧୫)।
(୩୩) କବାଡ଼ି ବିଶ୍ବକପ୍ ବିଜେତା ପ୍ରଥମ ଓ ଏକମାତ୍ର ଖେଳାଳି: ରଶ୍ମିତା ସାହୁ (୨୦୧୨, ସ୍ବର୍ଣ୍ଣ ପଦକ)।
(୩୪) ଭାରତୀୟ ପୁରୁଷ କବାଡ଼ି ଦଳରୁ ସାଫ୍ କ୍ରୀଡ଼ାରେ ସ୍ବର୍ଣ୍ଣ ବିଜେତା ପ୍ରଥମ ଓ ଏକମାତ୍ର ଖେଳାଳି: ଭୀମ ବରାଡ଼ (ସାଫ୍ କ୍ରୀଡ଼ା, ଇସ୍ଲାମବାଦ, ପାକିସ୍ତାନ, ୨୦୦୪)।
(୩୫) ୨୦୧୨ ଟି-୨୦ ମହିଳା ବିଶ୍ବକପ୍ରେ ଭାରତୀୟ ଦଳର ସଦସ୍ୟା ହୋଇଥିବା ପ୍ରଥମ କ୍ରିକେଟର୍: ରୋସନାରା ପରବିନ।
(୩୬) ଏକଦିବସୀୟ ମହିଳା କ୍ରିକେଟ୍ (ୱେଷ୍ଟ୍ଇଣ୍ଡିଜ୍ ଗସ୍ତ, ୨୦୧୨)ରେ ଭାରତୀୟ ଦଳର ସଦସ୍ୟା: ମାଧୁରୀ ମେହେଟ୍ଟା।
(୩୭) ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ଦିଲ୍ଲୀ)ରେ ୪ ଗୁଣା ୧୦୦ ମିଟର ରିଲେରେ କାଂସ୍ୟ ପଦକ ଓ ୨୦୧୬ ସାଫ୍ କ୍ରୀଡ଼ାରେ ୨୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଥିବା ପ୍ରଥମ ଏବଂ ରିଓ ଅଲିମ୍ପିକ୍ସରେ ୨୦୦ ମିଟର ଦୌଡ଼ରେ ଭାଗନେଇଥିବା ପ୍ରଥମ ମହିଳା: ଶ୍ରାବଣୀ ନନ୍ଦ।
(୩୮) ୨୦୧୫ ଓ ୨୦୧୬ (ଉହାନ ଓ ଭୁବନେଶ୍ବର) ଏସୀୟ ଦୌଡ଼କୁଦରେ ହେପ୍ଟାଇଲନରେ କାଂସ୍ୟ ପଦକ: ପୂର୍ଣ୍ଣିମା ହେମ୍ବ୍ରମ୍।
(୩୯) ୨୦୧୬ ସାଫ୍ କ୍ରୀଡ଼ା (ଗୁଆହାଟୀ) ୪୦୦ ମିଟର ବାଧାଦୌଡ଼ରେ ସ୍ବର୍ଣ୍ଣ ପଦକ: ଜଉନା ମୁର୍ମୁ।
(୪୦) ୨୦୧୦ ଗୁଆନ୍ଝୁ ଏସୀୟ କ୍ରୀଡ଼ାରେ ‘କରାଟେ’ରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ: ଭାଲିନା ଭାଲେଣ୍ଟିନା।
(୪୧) ୨୦୧୦ ଗୁଆନ୍ଝୁ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ରଗ୍ବି ଦଳର ସଦସ୍ୟା: ବିଜୟଲକ୍ଷ୍ମୀ ବାରିକ।
(୪୨) ୨୦୦୬ ଦୋହା ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ରଗ୍ବି ଦଳର ସଦସ୍ୟ: ବିକାଶ ଜେନା (୨୦୧୦ରେ ମଧ୍ୟ ଭାରତୀୟ ଦଳର ସଦସ୍ୟ)।
(୪୩) ୨୦୧୮ ଜାତୀୟ ପାରା ଅଲିମ୍ପିକ୍ସ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ରେ ୩ ସ୍ବର୍ଣ୍ଣ (୧୦୦, ୨୦୦, ୪୦୦ ମିଟର ଦୌଡ଼), ବିଶ୍ବ ଯୁବ ପାରାଲିମ୍ପିକ୍ସ (୨୦୧୯)ରେ ୪୦୦ ମିଟର ସ୍ବର୍ଣ୍ଣ ଓ ୨୦୦ ମିଟର ରୌପ୍ୟ ବିଜୟିନୀ: ଜୟନ୍ତୀ ବେହେରା।
(୪୪) ପ୍ରଥମ ମହିଳା ହକି ଅଲିମ୍ପିଆନ୍ (୨୦୧୬, ରିଓ): ଦୀପ୍ଗ୍ରେସ୍ ଏକ୍କା, ସୁନିତା ଲାକ୍ରା, ନମିତା ଟପ୍ପୋ, ଲିଳିମା ମିଞ୍ଜ୍।
(୪୫) ଭାରତୀୟ ବାସ୍କେଟବଲ୍ ଦଳରୁ ଫିବା ଏସିଆ ମହିଳା ପ୍ରତିଯୋଗିତାରେ ଅଂଶଗ୍ରହଣ: ସୀତାମଣି ଟୁଡୁ (ଉହାନ, ଚୀନ, ୨୦୧୫)।
(୪୬) ପ୍ରଥମ ଚେସ୍ ଅନ୍ତର୍ଜାତୀୟ ମାଷ୍ଟର୍ ଟାଇଟଲ୍ ବିଜେତା: ଶେଖର ଚନ୍ଦ୍ର ସାହୁ (୧୯୯୨)।
(୪୭) ପ୍ରଥମ ଓଡ଼ିଆ ଜାତୀୟ କୀର୍ତ୍ତିମାନଧାରୀ ଜାଭଲିନ୍ ଫିଙ୍ଗାଳି: ସୁଷମା ବେହେରା।
(୪୮) ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି: ଗ୍ଲୋରିଆ ଡୁଙ୍ଗଡୁଙ୍ଗ।
(୪୯) ପ୍ରଥମ ଓଡ଼ିଆ ଜାତୀୟ କୀର୍ତ୍ତିମାନଧାରୀ ବାଧାଦୌଡ଼ାଳି: ପଞ୍ଜାନନ ଗନ୍ତାୟତ (୧୧୦ ମିଟର୍ ବାଧାଦୌଡ଼)।
(୫୦) ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ ତୀରନ୍ଦାଜ, ଜାତୀୟ ପ୍ରତିଯୋଗିତା ଓ ଜାତୀୟ ସ୍ବର୍ଣ୍ଣ ବିଜେତା ଏବଂ ଜାତୀୟ ଦଳ ପ୍ରଶିକ୍ଷକ: ରାଜେଶ ହାସଦାକ।
(୫୧) ୮୦୦ ମିଟର ଦୌଡ଼ରେ ପ୍ରଥମ ଓଡ଼ିଆ ଜାତୀୟ ବିଜେତା: ଅନିଲ ମିଞ୍ଜ୍ (୧୯୯୬ କୋଲକାତା)।
(୫୨) ଖୋଖୋରେ ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ ପଦକ ବିଜେତା: ମନ୍ଦାକିନୀ ମାଝୀ (୨୦୧୬ ଦକ୍ଷିଣ ଏସୀୟ କ୍ରୀଡ଼ା, ଗୁଆହାଟୀ)
(୫୩) ଓଡ଼ିଶାର ପ୍ରଥମ ଦୃଷ୍ଟିହୀନ ଅନ୍ତର୍ଜାତୀୟ କ୍ରିକେଟର୍: ମହମ୍ମଦ ଜାଫର ଇକବାଲ (୨୦୧୧, ବନାମ ପାକିସ୍ତାନ)
(୫୪) ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ ମହିଳା କ୍ରିକେଟର୍: ମାଧୁରୀ ମେହେଟା (୨୦୧୨, ବନାମ ୱେଷ୍ଟଇଣ୍ଡିଜ୍)
ପ୍ରସ୍ତୁତି: ଅଶୋକ କୁମାର ମହାନ୍ତି
ପୂର୍ବତନ କ୍ରୀଡ଼ା ପ୍ରଶାସକ, ୩, ଗୌତମ ନଗର, ଭୁବନେଶ୍ବର
feedback:[email protected]