କଟକ: ପୁଣେରେ ଚାଲିଥିବା ମହିଳା ଦିନକିଆ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଲଗାତାର ତୃତୀୟ ମ୍ୟାଚରେ ବିଜୟୀ ହୋଇ ହ୍ୟାଟ୍ରିକ୍ ଅର୍ଜନ କରିଛି। ପ୍ରଥମ ମ୍ୟାଚ୍ରେ ତାମିଲନାଡୁ ଓ ଦ୍ବିତୀୟ ମ୍ୟାଚ୍ରେ ଚଣ୍ତିଗଡ଼କୁ ହରାଇଥିବା ଓଡ଼ିଶା ବୁଧବାର ତୃତୀୟ ମ୍ୟାଚ୍ରେ ମୁମ୍ବାଇକୁ ପରାସ୍ତ କରିଦେଇଛି। ଡେକାନ ଜିମ୍ଖାନା ପଡ଼ିଆରେ ଖେଳିଥିବା ତୃତୀୟ ମ୍ୟାଚ୍ରେ ଓଡ଼ିଶା ୬୯ ରନ୍ରେ ମୁମ୍ବାଇକୁ ହରାଇଛି। ମଧୁସ୍ମିତା ବେହେରା ଟସ୍ ଜିତି ବ୍ୟାଟି˚ ନେଇଥିଲା ବେଳେ ଓଡ଼ିଶା ୫ ଵିକେଟ୍ ବିନିମୟରେ ୨୫୧ ରନ୍ କରିଥିଲା। ମାଧୁରୀ ମେହେଟ୍ଟା ପ୍ରତିଯୋଗିତାରେ ନିଜର ଦ୍ବିତୀୟ ଅର୍ଧଶତକ ଅର୍ଜନ କରିଥିଲେ। ସେ ୧୧୫ ବଲ୍ରୁ ୭ ଚୌକା ସହାୟତାରେ ୮୧ ରନ୍ କରିଥିଲେ। ତାଙ୍କ ବ୍ୟତୀତ କାଜଲ ଜେନା ୨୪, ସରିତା ମେହେର ୨୫ ରନ୍ କରି ଆଉଟ ହେବା ପରେ ମଧ୍ୟକ୍ରମରେ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ୭୨ ରନ୍ (୭୬ ବଲ୍, ୧୩ ଚୌକା)ଙ୍କ ଦମ୍ଦାର ଅର୍ଦ୍ଧଶତକ ଏବଂ ପ୍ରଜ୍ଞା ପାରମିତା ମହାନ୍ତିଙ୍କ ୩୩ ରନ୍ ସହାୟତାରେ ଓଡ଼ିଶା ୨୫୦ ରନ୍ ପାର୍ କରିପାରିଥିଲା। ମୁମ୍ବାଇର ହର୍ଲି ଗାଲା, ପି ନାଏକ, ବୃଶାଳି ଭଗତ ଓ ଏଚ୍ କାଜି ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ। ୨୫୨ ରନ୍ର ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୮୨ ରନ୍ରେ ସମସ୍ତ ଵିକେଟ୍ ହରାଇଥିଲା। ଦଳ ପାଇଁ ବୃଶାଳି ଭଗତ ସର୍ବାଧିକ ୪୬, ଏଚ୍ କାଜି ୪୫, ଆର୍ଏସ୍ ଚୌଧୁରୀ ୩୧ ରନ୍ କରିଥିଲେ। ବିଜୟୀ ଦଳର ମଧୁସ୍ମିତା ବେହେରା ଓ ରସନାରା ପରବିନ୍ ଦୁଇଟି ଲେଖାଏଁ ଵିକେଟ୍ ନେଇଥିଲା ବେଳେ ସୁଜାତା ମଲ୍ଲିକ, ତରନ୍ନା ପ୍ରଧାନ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ୧ ଵିକେଟ ଲେଖାଏଁ ଅକ୍ତିଆର କରିଥିଲେ। ଗୁରୁବାର ଓଡ଼ିଶା ତା’ର ଚତୁର୍ଥ ମ୍ୟାଚ୍ ଉତ୍ତରାଖଣ୍ତ ବିପକ୍ଷରେ ଖେଳିବ।
ମହିଳା ଦିନିକିଆରେ ଓଡ଼ିଶାର ହ୍ୟାଟ୍ରିକ୍ ବିଜୟ: ମାଧୁରୀ, ସୁଶ୍ରୀଙ୍କ ଅର୍ଧଶତକ
/sambad/media/post_attachments/wp-content/uploads/2021/11/f65h4fs654hsf4hsfh65sfhsfhfhshfhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)