ଭୁବନେଶ୍ୱର : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୦ରେ ଓଡ଼ିଶା ରଣଜୀ ଦଳର ବାମହାତି ସ୍ପିନର ପପୁ ରାୟ ସାମିଲ ହେବା ସମ୍ଭାବନା ରହିଛି । ଚୟନ ପାଇଁ ତାଙ୍କୁ ମୁମ୍ବଇ ଇଣ୍ଡିଆନ୍ସ ପକ୍ଷରୁ ଡକରା ଆସିଛି । ଆସନ୍ତା ୨୩ ଓ ୨୪ ତାରିଖରେ ସିଲେକ୍ସନ ମ୍ୟାଚ ଅଛି । ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରି ଆଇପିଏଲ ପାଇଁ ମୁମ୍ବଇ ଇଣ୍ଡିଆନ୍ସ ତରଫରୁ ଖେଳିବାକୁ ସେ ଆଶାବାଦୀ ଅଛନ୍ତି । ଆସନ୍ତା ୨୨ରେ ସେ ମୁମ୍ବାଇ ଯିବେ ।
ଆଇପିଏଲ ୨୦୨୦ : ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଓଡ଼ିଆ ଖେଳାଳି ପପୁ ରାୟଙ୍କୁ ଡକରା
/sambad/media/post_attachments/wp-content/uploads/2019/10/papu-rou.jpg)