ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ହକିରେ ଓଡ଼ିଶାର ବିଜୟ ଜାରି

ଭୁବନେଶ୍ବର (ଇମିସ) /ପଞ୍ଚକୁଲା : ହରିଆଣାର ପଞ୍ଚକୁଲାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ହକିରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ନିଜ ନିଜର ବିଜୟ ଧାରା ଜାରି ରଖିଛନ୍ତି। ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଓଡ଼ିଶା ପୁରୁଷ ଶନିବାର ଝାଡ଼ଖଣ୍ଡକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା। ରବିବାର ଏହି ଦଳ ୨-୦ ଗୋଲ୍‌ରେ ଚଣ୍ଡିଗଡ଼କୁ ମାତ୍‌ ଦେଇଛି। ସେହିପରି ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ମହିଳା ଦଳ ପ୍ରଥମ ମ୍ୟାଚ୍‌ରେ ବିହାରକୁ ହରାଇଥିଲା। ରବିବାର ଏହି ଦଳ ୧-୦‌ ଗୋଲ୍‌ରେ ଆୟୋଜକ ହରିୟାଣାକୁ ପରାସ୍ତ କରିଛି। ଏହି ବିଜୟ ସୂଚକ ଗୋଲ୍‌ଟି ସୁନେଲିତା ଟପୋ (୫୬ ମିନିଟ୍‌) ଦେଇଥିଲେ।

ସମ୍ବନ୍ଧିତ ଖବର