ଭାରତକୁ ୬ ପଦକ ଦେଲେ ଓଡ଼ିଆ

ବିଶ୍ବ ଟଙ୍ଗିଲ ମୁ ଦୋ

ଭୁବନେଶ୍ବର: ନୂଆଦିଲ୍ଲୀର ତାଲକୋଟରା ଇନଡୋର୍ ଷ୍ଟାଡିୟମରେ ଶେଷ ହୋଇଥିବା ଦଶମ ବିଶ୍ବ ଟଙ୍ଗିଲ ମୁ ଦୋ ପ୍ରତିଯୋଗିତାରେ ଭାରତକୁ ୬ ପଦକ ପ୍ରଦାନ କରିଛନ୍ତି ୬ ଓଡ଼ିଆ। ଏହି ସାମରିକ କଳା କ୍ରୀଡ଼ାରେ ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିବା ଓଡ଼ିଶାର ‌ଶୈଳେନ୍ଦ୍ର କୁମାର ବିଶ୍ବାଳ, ପ୍ରବୀର କୁମାର ନାୟକ, ଆଶିଷ କୁମାର ପ୍ରଧାନ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଶ୍ରଦ୍ଧାଞ୍ଜଳି ନାୟକ, ମୁକ୍ତିକ୍ତାନ୍ତ ବରାଳ ରୌପ୍ୟ ଏବଂ ଶୁଭମ ମହାପାତ୍ର କାଂସ୍ୟ ପଦକ ଜିତିଥିଲେ। ଦଳ ସହିତ ଲଳିତ କୁମାର ପରିଡ଼ା, ଏନ ସାହୁ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ଓଡ଼ିଶା ଟଙ୍ଗିଲ ମୁ ଦୋ ସଂଘ ସଭାପତି ରବି ନାରାୟଣ ରାଉତରାୟ ମଧ୍ୟ ଦଳ ସହିତ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଟଙ୍ଗିଲ ମୁ ଦୋ କୋରିଆର ଏକ ମିଶ୍ରିତ ସାମରିକ କଳା। ଯାହାକି ଜୁଡ଼ୋ ଓ ଟାଏକୋଣ୍ଡୋର ସମ୍ମିଶ୍ରଣରେ ବେଶ୍‌ ପରିଚିତ ବୋଲି ଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର