ଓଏଫ୍‌ସି-ଓଏଫ୍‌ଏ ବାଳିକା ଫୁଟବଲ୍ ଲିଗ୍: କୁଅାଁରମୁଣ୍ଡା ବିଜେତା

ଭୁବନେଶ୍ବର: ଓଡ଼ିଶା ଏଫ୍‌ସି ଏବଂ ଓପନ୍ ଫର ଅଲ୍‌ (ଓଏଫ୍‌ଏ)ର ମିଳିତ ଆନୁକୂଲ୍ୟରେ ରାଉରକେଲାଠାରେ ଆୟୋଜିତ ବାଳିକା ଫୁଟବଲ୍ ଲିଗ୍‌ରେ କୁଅାଁରମୁଣ୍ଡା ‘ଏ’ ଦଳ ବିଜେତା ଆଖ୍ୟା‌ ଅର୍ଜନ କରିଛି। ପ୍ରଥମ ଥର ପାଇଁ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ୍‌ରେ କୁଅାଁରମୁଣ୍ଡା ୨-୧ ଗୋଲ୍‌ରେ ବନ୍ଧପୋଷ ଦଳକୁ ପରାସ୍ତ କରିଥିଲା। ଚିକଟମାଟି ‘ବି’ ତୃତୀୟ ସ୍ଥାନ ଅଧିକାର କରିଥିଲା। ଏହି ପ୍ରତିଯୋଗିତା ନେଇ ଓଡ଼ିଶା ଏଫ୍‌ସି ତୃଣମୂଳ ପ୍ରବନ୍ଧକ ଶୁଭମ ଦାସ କହିଛନ୍ତି ଯେ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଓଡ଼ିଶାର ମହିଳା ଫୁଟବଲର୍‌ମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ଆସୁଛନ୍ତି। ରାଜ୍ୟ ଓ ଦେଶକୁ ଗର୍ବିତ କରିବା ଲାଗି ଆମେ ସେହି ମୂଳଦୁଆର ସଦୁପଯୋଗ କରିବାକୁ ଯୋଜନା ରଖିଛୁ।

ଏହା କେବଳ ଏକ ଆରମ୍ଭ ମାତ୍। ଆଗକୁ ଏହାକୁ ଆହୁରି ବ୍ୟାପକ କରାଯିବ। ଓଏଫ୍‌ଏ ସହପ୍ରତିଷ୍ଠାତା ନମନ ଅଗ୍ରୱାଲ କହିଥିଲେ ଯେ ସମସ୍ତଙ୍କ ପାଖରେ କ୍ରୀଡ଼ାକୁ ପହଞ୍ଚାଇବା ଲାଗି ଏକ ସଶକ୍ତ ମଞ୍ଚ ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ। ଓଡ଼ିଶା ଏଫ୍‌ସି ସହ ହାତମିଳାଇ ଆମେ ବହୁତ ଖୁସି। ଏହି ପ୍ରତିଯୋଗିତାରେ ବିଭିନ୍ନ ପୁରସ୍କାର ପାଇଥିବା ଖେଳାଳିମା‌ନେ ହେଲେ: ଶ୍ରେଷ୍ଠ ଖେଳାଳି-ସରୋଜିନୀ ତିର୍କି, ଶ୍ରେଷ୍ଠ ଗୋଲ୍ ସ୍କୋରର: ସୁମିତ୍ର ଖାଲକୋ (୧୧ ଗୋଲ୍), ଶ୍ରେଷ୍ଠ ରକ୍ଷଣଭାଗ ଖେଳାଳି: ଜୁଲି କୁଜୁର, ଶ୍ରେଷ୍ଠ ଗୋଲ୍ ରକ୍ଷକ: ପଦ୍ମାବତୀ, ଶ୍ରେଷ୍ଠ ଉଦୀୟମାନ ଖେଳାଳି: ଅନୁପମା‌ ଖାଲକୋ।

ସମ୍ବନ୍ଧିତ ଖବର