ଅଫ୍‌ ସାଇଡ୍‌ ଭାଲୁ ଭୁଲ୍‌

ମସ୍କୋ: ସାଇବେରିଆ ଚିଡ଼ିଆଖାନାରେ ଥିବା ଏକ ଭାଲୁ ରବିବାରର ବିଶ୍ୱକପ୍‌ ଫାଇନାଲରେ କ୍ରୋଏସିଆ ଜିତିବ ବୋଲି ଭବିଷ୍ୟବାଣୀ କରିଥିଲା। ହେଲେ ତା’ର ସେହି ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହୋଇଥିଲା। ଫ୍ରାନ୍ସ ୪-୨ ଗୋଲରେ କ୍ରୋଏସିଆକୁ ହରାଇ ଦ୍ୱିତୀୟ ଥର ବିଶ୍ୱକପ୍‌ ଜିତିବାର ସୌଭାଗ୍ୟ ଲାଭ କରିଥିଲା। କ୍ରୋଏସିଆ ପତାକା ଲାଗିଥିବା ତରଭୁଜ ଖାଇ ଏହି ଦଳ ଜିତିବ ବୋଲି ବୁୟାଁ ନାମକ ଏହି ଧୂଷର ଭାଲୁ ସଂକେତ ଦେଇଥିଲା। ହେଲେ ଦୁର୍ଭାଗ୍ୟଜନକ ଭାବେ ଏହା ଭୁଲ ପ୍ରମାଣିତ ହୋଇଥିଲା। ପୂର୍ବରୁ ବିଶ୍ୱକପକୁ ନେଇ ବିଲେଇ, ଗଣ୍ଡା ଓ ଟପିର ଭଳି ଜନ୍ତୁ ଭବିଷ୍ୟବାଣୀ କରି ଚର୍ଚାକୁ ଆସିଥିଲେ।

ସମ୍ବନ୍ଧିତ ଖବର