ବାର୍ବାଡସ୍: ଦୌଡ଼କୁଦ ଜଗତରୁ ସନ୍ୟାସ ନେବା ପରେ ଜାମାଇକାର ମହାନ ଧାବକ ଉସେନ ବୋଲ୍ଟ ଏବେ ବିକଳ୍ପ ପେସା ସନ୍ଧାନରେ ଅଛନ୍ତି। କ୍ରିକେଟ୍ରେ ତାଙ୍କର ବେଶ୍ ରୁଚି ରହିଛି। ହେଲେ ଫୁଟ୍ବଲକୁ ନୂଆ ପେସା ଭାବେ ଗ୍ରହଣ କରିବାକୁ ବୋଲ୍ଟ ଆପାତତଃ ନିଷ୍ପତ୍ତି ନେଇ ସାରିଥିବା ଜଣା ପଡ଼ିଛି। ଅଷ୍ଟ୍ରେଲିଆର ଏ-ଲିଗ୍ ଦଳ ସେଣ୍ଟ୍ରାଲ କୋଷ୍ଟ ମାରିନର୍ସ ନାମକ ଏକ ଦଳ ସହ ଏଥିନେଇ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। କେବଳ ଯାହା ଔପଚାରିକ ଘୋଷଣା ହେବା ବାକି ଅଛି। ଏହା ପୂର୍ବରୁ କିନ୍ତୁ ବୋଲ୍ଟଙ୍କୁ ତାଙ୍କ ଫୁଟ୍ବଲ୍ ଦକ୍ଷତାର ପରିଚୟ ଦେବାକୁ ପଡ଼ିବ। ୩୧ ବର୍ଷୀୟ ବୋଲ୍ଟ ସିଡନିଠାରୁ ୭୫ କିଲୋମିଟର ଦୂରରେ ଥିବା ଗସଫୋର୍ଡ ସହରରେ ଆସନ୍ତା ୬ ସପ୍ତାହ ପର୍ଯ୍ୟନ୍ତ କୋଷ୍ଟ ମାରିନର୍ସ ଦଳର ପ୍ରଶିକ୍ଷଣ ଶିବିରରେ ଯୋଗଦେବେ। ଏହା ପୂର୍ବରୁ ସେ ନରେଓ୍ଵର ଷ୍ଟ୍ରମ୍ସଗଡସେଟ୍ ଏବଂ ବୁଣ୍ଡେସଲିଗା କ୍ଲବ୍ ବୋରୁସିଆ ଡର୍ଟମୁଣ୍ଡ ପ୍ରଶିକ୍ଷଣ ଶିବିରରେ ମଧ୍ୟ ଯୋଗ ଦେଇ ସାରିଛନ୍ତି। ବୋଲ୍ଟଙ୍କୁ ବିଶ୍ୱ ଦୌଡ଼କୁଦ ଜଗତର ମହାନ ତାରକାର ମାନ୍ୟତା ମିଳିଥିଲା ବେଳେ ସେ ୮ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ଅଫ୍ ସାଇଡ୍:ଅଷ୍ଟ୍ରେଲିଆରେ ଫୁଟ୍ବଲ୍ ଖେଳିବେ ବୋଲ୍ଟ
/sambad/media/post_attachments/wp-content/uploads/2018/07/4-Usain-Bolt-at-a-training-session-at-Borussia-Dortmund-in-March-this-year..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)