ରିଲିଜ୍ ହେଲା ବିଶ୍ୱକପ୍ କ୍ରିକେଟର ଅଫିସିଆଲ୍ ସଙ୍ଗ୍ ‘ଷ୍ଟାଣ୍ଡ ବାଏ’, ଦେଖନ୍ତୁ ୩ ମିନିଟ୍ ୨୦ ସେକେଣ୍ଡର ଏହି ମନଛୁଆଁ ଗୀତର ଭିଡିଓ

ଲଣ୍ଡନ୍ : ଆସନ୍ତା ୩୦ରୁ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ । ବିଶ୍ୱକପ ଟାଇଟଲ ପାଇଁ ମୁହାଁମୁହିଁ ହେବେ ବିଶ୍ୱର ଟପ୍-୧୦ ଟିମ୍ । ପୂରା ବିଶ୍ୱକୁ ଏବେ କ୍ରିକେଟ ବିଶ୍ୱକପର ଫିଭର ଘାରିଛି । ଆଉ ଏସବୁ ଭିତରେ ଆଇସିସି କ୍ରିକେଟ ବିଶ୍ୱକପର ଥିମ୍ ସଙ୍ଗ ସହ ଭିଡିଓ ରିଲିଜ ହୋଇଛି । ଆଇସିସିର ଏହି ଥିମ୍ ସଙ୍ଗର ନାଁ ରହିଛି – ‘ଷ୍ଟାଣ୍ଡ ବାଏ’ । ଏହି ଥିମ୍ ସଙ୍ଗ ଟୁର୍ଣ୍ଣାମେଣ୍ଟ ସମୟରେ ଷ୍ଟାଡିୟମ ଓ ଅନ୍ୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ ।

‘ଷ୍ଟାଣ୍ଡ ବାଏ’  ଭିଡିଓ ସଙ୍ଗକୁ ଲୋରିନ ଓ ବ୍ରିଟେନର ଲୋକପ୍ରିୟ ରୋଡିମେଣ୍ଟାଲ ବ୍ୟାଣ୍ଡ ପ୍ରସ୍ତୁତ କରିଛନ୍ତି । ୩ ମିନିଟ୍ ୨୦ ସେକେଣ୍ଡର ଏହି ଭିଡିଓରେ ବିଶ୍ୱକୁ ଏକତା ସୂତ୍ରରେ ବାନ୍ଧି ରଖିବା ଦର୍ଶାଯାଇଛି । ବିଶ୍ୱର ଶ୍ରେଷ୍ଠ କ୍ରୀଡା ପ୍ରତିଯୋଗିତା ମଧ୍ୟରୁ ଆଇସିସି କ୍ରିକେଟ ବିଶ୍ୱକପ ଅନ୍ୟତମ । ଚଳିତ ଥର ଏହା ଇଂଲଣ୍ଡ ଓ ୱେଲ୍ସରେ ଖେଳାଯାଉଥିବା ବେଳେ ପ୍ରାୟ ୧୦ ଲକ୍ଷ ପ୍ରଂଶସକ ଏକଜୁଟ ହେବେ । ଏପରିକି କୋଟି କୋଟି ପ୍ରଂଶସକ ବିଶ୍ୱକପ ମ୍ୟାଚକୁ ଟିଭି ପରଦାରେ ଉପଭୋଗ କରିବେ ।

ICC Cricket

ଚଳିତ ବିଶ୍ୱକପରେ ଟାଇଟଲ ହାତେଇବା ପାଇଁ ୧୦ଟି ଟିମ୍ ମୁହାଁମୁହିଁ ହେବେ । ପ୍ରତ୍ୟେକ ଦଳ ଅନ୍ୟ ଦଳ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ । ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲକୁ ଏଣ୍ଟ୍ରି କରିବେ । ଭାରତ ୫ ଜୁନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ ।

ସମ୍ବନ୍ଧିତ ଖବର