ବ୍ରାଜିଲ୍ର ତାରକା ଫୁଟବଲ୍ ଖେଳାଳି ତଥା ପ୍ୟାରିସ୍ ସେଣ୍ଟ ଜର୍ମେନ୍ (ପିଏସ୍ଜି) ଫରୱାର୍ଡ ନେମାର ଜୁନିଅର୍ଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟର ଅନୁଗାମୀଙ୍କ ସଂଖ୍ୟାରେ ବଡ଼ ଧରଣର ହ୍ରାସ ଘଟିଛି। ପ୍ରେମିକା ବ୍ରୁନା ବିଏନ୍କାର୍ଡିଙ୍କୁ ଗର୍ଭବତୀ କରାଇବା ଘଟଣା ପ୍ରଘଟ ହେବା ପରେ ସର୍ବସମ୍ମୁଖରେ ସେ କ୍ଷମା ମାଗିଥିଲେ। ଯେଉଁଥି ପାଇଁ ପାଖାପାଖି ୮୦ ହଜାର ଅଗୁନାମୀ ତାଙ୍କୁ ଅନ୍ଫଲୋ କରିଦେଇଛନ୍ତି। ଏହାକୁ ନେଇ ନେମାର ନିଜ ଭୁଲ୍ ବୁଝିପାରିବା ସହ ଇନ୍ଷ୍ଟାଗ୍ରାମ୍ରେ ଖୋଲା ଚିଠି ଲେଖି କ୍ଷମା ମାଗିଛନ୍ତି।
ବ୍ରୁନୋ ଜଣେ ପେସାଦାର ମଡେଲ୍ ହୋଇଥିଲା ବେଳେ ନେମାରଙ୍କ ସହ ୨୦୨୧ ମସିହାରୁ ଡେଟିଂ କରିଆସୁଛନ୍ତି। କିନ୍ତୁ ୨୦୨୨ରେ ଉଭୟ ଏହି ସଂପର୍କ ବିଷୟରେ ଔପଚାରିକ ଭାବେ ଘୋଷଣା କରିଥିଲେ। ଏଥିପୂର୍ବରୁ ନେମାରଙ୍କ ପ୍ରଥମ ପ୍ରେମିକା କାର୍ଲୋନା ଡେଣ୍ଟାସ୍ଙ୍କ ପାଖରୁ ତାଙ୍କର ପ୍ରଥମ ପିଲା ଜନ୍ମ ହୋଇଥିଲା। ସେତେବେଳେ ନେମାରଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା। ଏବେ ସେ ଦ୍ବିତୀୟ ଥର ବାପା ହେବାକୁ ଯାଉଛନ୍ତି।