ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଢେର ସମୟ ହେବ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇ ସାରିଲେଣି। ହେଲେ ତାଙ୍କ ଲୋକପ୍ରିୟତା କାଣିଚାଏ ମଧ୍ୟ ହ୍ରାସ ପାଇନି। ଏକଥା ବିଶ୍ବ ଫୁଟ୍ବଲ୍ ମହାସଂଘ (ଫିଫା)ର ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ପ୍ରକାଶିତ ଲେଖାରୁ ସ୍ପଷ୍ଟ ହୋଇଛି। ପର୍ତ୍ତୁଗାଲର ୟୁରୋକପ୍ ଫୁଟବଲ୍ ମ୍ୟାଚ୍ ପୂର୍ବରୁ ଫିଫା ଏହି ଦେଶର ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଧୋନିଙ୍କ ଷ୍ଟାଇଲ୍ରେ ସମ୍ମାନ ଜଣାଇଛି। ଉଭୟ ଧୋନି ଓ ରୋନାଲ୍ଡୋ ୭ ନମ୍ବର ଜର୍ସି ପିନ୍ଧୁଥିବାରୁ ସେମାନଙ୍କ ମଧ୍ୟରେ ସଂପର୍କ ଯୋଡ଼ିଛି ଫିଫା। ଧୋନିଙ୍କୁ ତାଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ସମର୍ଥକ ତାମିଲଭାଷାରେ ‘ଥଲ୍ଲା’ ବା ବଡ଼ଭାଇ ସମ୍ବୋଧନ କରୁଥିବା ବେଳେ ରୋନାଲ୍ଡୋ ପାଇଁ ଫିଫା ଲେଖିଛି ଯେ ‘ଏକ କାରଣ ପାଇଁ ଥଲ୍ଲା’। ଏହା କରି କ୍ରିକେଟ୍ ଜଗତରେ ଧୋନିଙ୍କର ଯେମିତି ଏବେବି ଧାକ୍ ରହିଛି, ରୋନାଲ୍ଡୋଙ୍କର ମଧ୍ୟ ଫୁଟବଲ୍ ଜଗତରେ ସେମିତି ଦବ୍ଦବା ରହିଛି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ଫିଫା। ଫିଫା ତା’ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିବା ଏହି ଲେଖା କିନ୍ତୁ ଭାଇରାଲ୍ ହୋଇଛି। ବିଶେଷ କରି ଧୋନି ପ୍ରଶଂସକ ଏହାକୁ ବେଶ୍ ପସନ୍ଦ କରୁଛନ୍ତି।
ଅଫ୍ ସାଇଡ୍: ଫିଫା ଇନଷ୍ଟାଗ୍ରାମ୍ରେ ଧୋନି-ରୋନାଲ୍ଡୋ
/sambad/media/post_attachments/wp-content/uploads/2024/06/sfhsfhfshhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)