ଭାରତର ତାରକା ସଟଲର ସାଇନା ନେହୱାଲ ଅମରନାଥ ଯାତ୍ରା କରିଛନ୍ତି। ଦକ୍ଷିଣ କାଶ୍ମୀର ହିମାଳୟରେ ଥିବା ଭଗବାନ ଶିବଙ୍କ ବରଫ ଲିଙ୍ଗ ଦର୍ଶନ କରିବାକୁ ସେ ଏହି ଯାତ୍ରା କରିଥିବା ଜଣେ ଅଧିକାରୀ କହିଛନ୍ତି। ସଂପ୍ରତି ସାଇନା କାଶ୍ମୀରର ଗାନ୍ଦରବାଲ ଜିଲ୍ଲା ସୋନାମାର୍ଗସ୍ଥିତ ଏକ ସୁନ୍ଦର ପର୍ଯ୍ୟଟନ ହୋଟେଲରେ ରହିଛନ୍ତି। ଏହି ‌ହୋଟେଲଟି ଯାତ୍ରା ଲାଗି ଥିବା ବାଲଟାଲ ବେସ୍‌ କ୍ୟାମ୍ପ ରାସ୍ତାରେ ଅବସ୍ଥିତ। ସାଇନାଙ୍କ ସହ ତାଙ୍କ ମା’ ଉଷା ନେହୱାଲ ରହିଛନ୍ତି। ‘‘ଅମରନାଥଙ୍କ ସୁନ୍ଦର ଦର୍ଶନ ହେଲା। ଅମରନାଥ ଦର୍ଶନ ଲାଗି ସମସ୍ତଙ୍କ ଅଶା ଥାଏ। ମୁଁ ଭାଗ୍ୟବାନ ଯେ ମା’ଙ୍କ ସହ ଏହି ଦର୍ଶନ କରି ଶାନ୍ତି ପାଇଲି’’ ବୋଲି ଜମ୍ମୁ କାଶ୍ମୀରର ସୂଚନା ଲୋକସମ୍ପର୍କ ବିଭାଗ ଦ୍ବାରା ଜାରି ଏକ ଭିଡିଓରେ ସାଇନା କହିଛନ୍ତି। ଦର୍ଶନ ପାଇଁ ସେ ଜମ୍ମୁ କାଶ୍ମୀର ପ୍ରଶାସନ, ଶ୍ରୀ ଅମରନାଥ ଶ୍ରୀନି ବୋର୍ଡ (ଏସ୍‌ଏଏସ୍‌ବି) ଏବଂ ସୁରକ୍ଷା ବଳଙ୍କୁ ଧନ୍ୟବାଦ ଦେଇଛନ୍ତି।

Advertisment

‌ଫ୍ଲୋରିଡାରେ ମେସିଙ୍କୁ ଭବ୍ୟ ସ୍ବାଗତ

ଆର୍ଜେଣ୍ଟିନା ଫୁଟ୍‌ବଲ୍‌ ତାରକା ଲିଓନେଲ ମେସିଙ୍କୁ ଫ୍ଲୋରିଡାରେ ଭବ୍ୟ ସ୍ବାଗତ କରାଯାଇଛି। ଗତ ମାସରେ ମେସି ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ଛାଡ଼ି ଫ୍ଲୋରିଡାର ଫୁଟ୍‌ବଲ୍‌ କ୍ଲବ୍‌ ଇଣ୍ଟର ମିଆମି ସହ ଚୁକ୍ତି କରିଥିଲେ। ଏହି ଚୁକ୍ତି ପରେ ସେ ପ୍ରଥମ ଥର ଫ୍ଲୋରିଡାରେ ପହଞ୍ଚିବାରେ ତାଙ୍କ ସମର୍ଥକମାନେ ସ୍ବାଗତ କରିଛନ୍ତି। ମେସି ମିଆମି ପକ୍ଷରୁ ଆସନ୍ତା ୧୬ ତାରିଖରେ ମେଜର ଲିଗ୍‌ ସକର (ଏମ୍‌ଏଲ୍‌ସି)ରେ ସେଣ୍ଟ ଲୁଇସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବେ। ଏହି ମ୍ୟାଚ୍‌ର ସମସ୍ତ ଟିକେଟ ବିକ୍ରି ହୋଇଯାଇଛି। ବିଶ୍ବ କପ୍‌ ବିଜେତା ମେସି ବାର୍ସିଲୋନାରୁ ବହୁଦିନ ଖେଳିବା ପରେ ୨୦୨୧ରେ ପିଏସ୍‌ଜିରେ ଯୋଗ ଦେଇଥିଲେ।