ନୂଆଦିଲ୍ଲୀ: ଏସିଆକପ ୨୦୨୩ ପାଇଁ ମ୍ୟାଚ ଚାଲିଛି। ଆସନ୍ତା ରବିବାର ପୁଣିଥରେ ଏସିଆ କପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ତେବେ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇାଲ ହୋଇଛି।

Advertisment

ଏହି ଫଟୋରେ ରୋହିତ ଜଣେ ବୃଦ୍ଧଙ୍କ ସହିତ ବସିଥିବା ଦେଖିବାକୁ ମିଳୁଛି। ଏହି ବୃଦ୍ଧ ଜଣକ ରୋହିତଙ୍କ ଜଣେ ବଡ଼ ଫ୍ୟାନ ବୋଲି ଜଣାପଡ଼ିଛି। ରୋହିତ ବୃଦ୍ଧ ଫ୍ୟାନଙ୍କ ସମ୍ପର୍କରେ ସୂଚନା ପାଇବା ପରେ ତାଙ୍କୁ ଘରକୁ ଭେଟିବାକୁ ଚାଲି ଯାଇଥିଲେ। ଜଣେ ବୃଦ୍ଧ ଫ୍ୟାନଙ୍କ ପାଇଁ ରୋହିତଙ୍କ ଏଭଳି କାମକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ଖୁବ ପ୍ରଶଂସା କରିଛନ୍ତି।

ଏସିଆ କପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଥିବା ‌ବେଳେ କୁହାଯାଉଛି କି ଯଦି ଏହି ମ୍ୟାଚ୍ ବର୍ଷା କାରଣରୁ ଧୋଇଯାଏ, ତେବେ ଏଥିପାଇଁ ରିଜର୍ଭ ଡେ ରଖାଯାଇଛି । ରବିବାର ମ୍ୟାଚ୍ ବର୍ଷା କାରଣରୁ ସମ୍ଭବ ନହେଲେ, ଭାରତ-ପାକିସ୍ତାନ ମ୍ୟାଚ୍ ସୋମବାର ମଧ୍ୟ ଦେଖିବାକୁ ମିଳିପାରେ ।

ଅନ୍ୟପଟେ ଭାରତୀୟ ଦଳକୁ ଫେରିଛନ୍ତି ଫାଷ୍ଟ ବୋଲର ଜଶପ୍ରୀତ ବୁମରା । ପାକିସ୍ତାନ ବିପକ୍ଷରେ ସେ ଦଳର ବୋଲିଂ ଦାୟିତ୍ୱ ସମ୍ଭାଳିବେ । ଗତ ନେପାଳ ବିପକ୍ଷ ମ୍ୟାଚ ସମୟରେ ବୁମରା ବ୍ୟକ୍ତିଗତ କାରଣରୁ ଦେଶକୁ ଫେରିଆସିଥିଲେ । ହେଲେ ଏବେ ସେ ପୁଣିଥରେ ଶ୍ରୀଲଙ୍କା ଫେରିବା ସହିତ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ବୋଲି ସୂଚନା ଦିଆଯାଇଛି