ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ତିରୁପତି ବାଲାଜୀ ମନ୍ଦିର ଗଲେ ରୋହିତ୍, ବିରାଟଙ୍କୁ କପି କରୁଛ ବୋଲି କହିଲେ ଲୋକେ
ନୂଆଦିଲ୍ଲୀ: ଏସିଆ କପ୍ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ଟୁର୍ନାମେଣ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ରାସ୍ତା ଆପଣାଇଥିବା ଦେଖାଯାଇଛି। କୋହଲିଙ୍କ ପରି ସେ ମଧ୍ୟ ବଡ଼ ଟୁର୍ନାମେଣ୍ଟ ପୂର୍ବରୁ ଭଗବାନଙ୍କ ଆଶୀର୍ବାଦ ନେବାକୁ ମନ୍ଦିରରେ ପହଞ୍ଚିଥିବା ଦେଖିବକାକୁ ମିଳିଛି। ରୋହିତ ଶର୍ମା ତାଙ୍କ ପରିବାର ସହିତ ତିରୁପତି ବାଲାଜୀ ମନ୍ଦିର ପରିଦର୍ଶନ କରିଥିବାର ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ତାଙ୍କ ସହ ତାଙ୍କ ପତ୍ନୀ ରିତିକା ଏବଂ ଝିଅ ସମାଇରା ମଧ୍ୟ ଥିବା ଦେଖାଯାଇଛି।
ରୋହିତ ତିରୁପତି ବାଲାଜୀ ମନ୍ଦିରକୁ ଯାଇଥିବା ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଭାରତୀୟ ଅଧିନାୟକ, ତାଙ୍କ ପତ୍ନୀ ଏବଂ ଝିଅଙ୍କ ସହ ମନ୍ଦିର ଆଡକୁ ଯାଉଛନ୍ତି। ଏହି ସମୟରେ ତାଙ୍କୁ ଦେଖିବାକୁ ପ୍ରଶଂସକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିିଛି। ଏହି ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନେ ରୋହିତଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରିବା ଆରମ୍ଭ କରିଛନ୍ତି। ଭିଡିଓକୁ ରିଟ୍ବିଟ୍ କରି ରୋହିତ୍ ମଧ୍ୟ କୋହଲିଙ୍କ ଭଳି ମ୍ୟାଚ୍ ପୂର୍ବରୁ ମନ୍ଦିର ଯାଇଥିବା ଲୋକେ କହିବା ଆରମ୍ଭ କରିଛନ୍ତି। ଏହା ସହ ମନ୍ଦିର ଯାଇଥିବାରୁ ରୋହିତ୍ ପଡ଼ିଆରେ ଭଲ ପ୍ରଦର୍ଶନ କରିବେ ବୋଲି ଟ୍ବିଟ କରିବାରେ ଲାଗିଛନ୍ତି ଲୋକେ।
Indian Cricket team Captain Rohit Sharma visit Tirupathi Temple with family.pic.twitter.com/tpmAUP5wxN
— Megh Updates 🚨™ (@MeghUpdates) August 13, 2023
ବିରାଟ ମଧ୍ୟ ଅନେକ ସମୟରେ ପତ୍ନୀ ଅନୁଷ୍କା ଶର୍ମା ଓ ଝିଅ ସହ ମନ୍ଦିର ପରିଦର୍ଶନ କରିବାକୁ ଯାଆନ୍ତି।