ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ବୟୋଜ୍ୟେଷ୍ଠା ଟେଷ୍ଟ୍ କ୍ରିକେଟର୍ ଇଂଲଣ୍ଡର ଏଲିନ ହ୍ବିଲନ୍ ଶୁକ୍ରବାର ୧୦୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୩୭ରୁ ୧୯୪୯ ମସିହା ମଧ୍ୟରେ ଦ୍ବିତୀୟ ବିଶ୍ବଯୁଦ୍ଧର ଉଭୟ ପାର୍ଶ୍ବରେ ଇଂଲଣ୍ଡ ପାଇଁ ହ୍ବିଲନ୍ ୭ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ଲଣ୍ଡନରେ ୧୯୧୧ ମସିହା ଅକ୍ଟୋବର ୩୦ ତାରିଖରେ ଜନ୍ମଗ୍ରହଣ କରିଥିବା ହ୍ବିଲନ୍ ୨୦୧୧ ମସିହାରେ ବିଶ୍ବର ପ୍ରଥମ ମହିଳା କ୍ରିକେଟର୍ ଭାବେ ୧୦୦ ବର୍ଷ ପୂର୍ଣ୍ଣ କରିଥିଲେ। ୧୦ ଟେଷ୍ଟ୍ ପାଳିରୁ ସେ ମୋଟ ୧୦ ୱିକେଟ୍ ନେଇଥିଲେ। ଆଇସିସି ଶୁକ୍ରବାର ମଧ୍ୟ ଏହି ସବୁଠୁ ବୟୋଜ୍ୟଷ୍ଠା କ୍ରିକେଟରଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଥିଲା।
୨୦୧୮ରେ ତାଙ୍କୁ ଇଂଲଣ୍ଡର ମହିଳା କ୍ରିକେଟ୍ ଅଧିନାୟକ ହିଥର୍ ନାଇଟ୍ ଭେଟିବା ବେଳେ ସେ ଯୋଗ ଶିକ୍ଷାର ଉପକାରିତା ସଂପର୍କରେ କହିଥିଲେ। ସୂଚନାଯୋଗ୍ୟ, ବର୍ତ୍ତମାନ ବିଶ୍ବର ସବୁଠୁ ବୟୋଜ୍ୟେଷ୍ଠ ପୁରୁଷ କ୍ରିକେଟର୍ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଜନ୍ ୱାଟକିନ୍ସ (୯୭)। ଭାରତର ବୟୋଜ୍ୟେଷ୍ଠ କ୍ରିକେଟର୍ ଦତ୍ତାଜୀରାଓ ଗାଏକ୍ବାଡ ଗତ ସପ୍ତାହରେ ୯୨ ବର୍ଷରେ ପଦାର୍ପଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/1-Oldest-Test-Cricker-eileen.jpg)