ଝାରସୁଗୁଡ଼ାରେ ବିଶ୍ବକପ୍‌ ହକିର ଓଲିକୁ ସ୍ବାଗତ

ଝାରସୁଗୁଡ଼ା: ହକି ବିଶ୍ବକପ୍‌ର ମସ୍କଟ ‘ଓଲି’କୁ ବିପୁଳ ସ୍ବାଗତ କରାଯାଇଛି। ଏଠାରେ ଓଲି ଓ ବିଶ୍ବକପ୍‌ ପହଞ୍ଚିବା ପରେ କକ୍ସ୍‌ କଲୋନୀ ସ୍ଥିତ ଶାନ୍ତି ଭବନକୁ ପଛୋଟି ନିଆଯାଇଥିଲା। ସେଠାରେ ବିଭିନ୍ନ ଅନୁଷ୍ଠାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମସ୍କଟକୁ ସହର ପରିକ୍ରମା କରାଇଥିଲେ। ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ବିଭୁତି ଭୂଷଣ ପଟ୍ଟନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଲା କ୍ରିଡ଼ା ଅଧିକାରୀ ଏସ୍‌.ମିଶ୍ର, ଜିଲ୍ଲା କ୍ରିଡ଼ା ସଂଘ ପକ୍ଷରୁ ତାପସରାୟ ଚୌଧୂରୀ, ଓଏସ୍‌ଏପି କମାଣ୍ଡେଣ୍ଟ ମହମ୍ମଦ ଜାହିଦ୍‌, ଗଣେଶ ପୁଜାରୀ, ଜୀବନ ମହାନ୍ତି, ଲଳିତ ମଗର, ସୁଶାନ୍ତ ମହାନ୍ତି, ମନୋଜ ଦାସ, ଧମ୍ବରୁ  ପୂଜାରୀ, ବିଭିନ୍ନ ର୍ଚ୍ଚର ଫାଦର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର