ସ୍ପେନ୍‌ରେ ସ୍ବର୍ଣ୍ଣ ଜିତିଲେ ଅଲିମ୍ପିଆନ୍‌ ନୌଚାଳକ ନେତ୍ର କୁମନନ୍‌

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିଆନ୍‌ ନୌଚାଳକ (ପାଲଟଣା) ନେତ୍ର କୁମନନ୍‌ ସ୍ପେନ୍‌ରେ ଚାଲିଥିବା ଅନ୍ୟତମ ୟୁରୋପୀଆନ୍‌ ରିଜିଓନାଲ ଓପନ୍‌ ପ୍ରତିଯୋଗିତା ଗଆନ୍‌ କାନାରିଆ ସେଲିଂରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ୨୪ ବର୍ଷ ବୟସ୍କ ଭାରତୀୟ ଲେଜର ରାଡିଆଲ ବର୍ଗରେ ମୋଟ ୬ ରେସ୍‌ରୁ ପ୍ରଥମ ତିନିରେ ପ୍ରଥମ ସ୍ଥାନରେ ରହିଥିଲେ। ଏହାପରେ ଅବଶିଷ୍ଟ ୨ ରେସ୍‌ରେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇ ସେ ମୋଟ ୧୦ ନେଟ୍‌ ପଏଣ୍ଟ କରାୟତ୍ତ କରିଥିଲେ। ଏହି ବର୍ଗରେ ସ୍ପେନ୍‌ର ଦୁଇ ତାରକା ବେନେୟେଟୋ ଲାଞ୍ଚୋ ଏବଂ ମାର୍ଟିନା ରିନୋ କାଚୋ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ରହି ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ୩ ରାଷ୍ଟ୍ରରୁ ୩ ଅଲିମ୍ପିଆନ୍‌ଙ୍କ ସମେତ ମୋଟ ୨୦ ଜଣ ଅଂଶଗ୍ରହଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ, ଗତ ଟୋକିଓ ଅଲିମ୍ପିକ୍ସରେ ଏହି ବର୍ଗରେ କୁମନନ୍‌ ୪୪ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ୩୫ତମ ସ୍ଥାନ ପାଇଥିଲେ।

ସମ୍ବନ୍ଧିତ ଖବର