ଦୀପା ପାରାଲିମ୍ପିକ୍ସ ସମିତିର ସଭାପତି ନିର୍ବାଚିତ

ନୂଆଦିଲ୍ଲୀ: ଅଲିମ୍ପିଆନ୍ ଦୀପା ମଲ୍ଲିକ ଭାରତୀୟ ପରାଲିମ୍ପିକ୍ସ ସମିତିର ସଭାପତି ନିର୍ବାଚିତ ହୋଇଛନ୍ତି। ୪୯ ବର୍ଷୀୟା ଦୀପା ୨୦୧୬ ରିଓ ଅଲିମ୍ପିକ୍ସର ଏଫ୍-୫୩ ସଟ୍‌ପୁଟ୍‌ରେ ରୌପ୍ୟ ପଦକ ଜିତିଥିଲେ। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ନିର୍ବାଚନରେ ସେ ସର୍ବସମ୍ମତି କ୍ରମେ ଏହି ପଦ ପାଇଛନ୍ତି। ସେହିଭଳି କବୀନ୍ଦର ଚୌଧୁରୀ ଓ ଶଶି ରଞ୍ଜନ ପ୍ରସାଦ ସିଂହ ଉପସଭାପତି, ଗୁରସରଣ ସିଂହ ସଂପାଦକ, ନାଲେ ନଦକିଶୋର ବାବୁରାଓ ଓ କାନ୍ତିଲାଲ ପର୍ମାର ଯୁଗ୍ମ ସଂପାଦକ ଓ ଏମ୍‌ ମହାଦେଶ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଉଦୟ ବି ଗୁରୁଦାଚାର, ମଦାସୁ ଶ୍ରୀନିବାସ ରାଓ, ସରୋଜ ଦେବସ, ଜେ ଏ ବେଞ୍ଜାମିନ ଓ ପ୍ରେମ କୁମାର କାର୍ଯ୍ୟକାରିଣୀ ସଦସ୍ୟ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର