ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଫରାସୀ ରୂପକାର ତଥା ଶିକ୍ଷାବିତ୍ ବାରୋଁ ପିଅରି ଡି’ କୌବର୍ଟିନ୍ ଅଲିମ୍ପିକ୍ କ୍ରୀଡ଼ା ପତାକାର ରୂପରେଖ ପ୍ରସ୍ତୁତ କରିଥିଲେ। ଏକ ଧବଳ ରଙ୍ଗର ପ୍ରଚ୍ଛଦର ଠିକ୍ ମଝି ଭାଗରେ ନୀଳ, ହଳଦିଆ, କଳା, ସବୁଜ ଓ ନାଲି ପରି ପାଞ୍ଚଟି ବିଭିନ୍ନ ରଂଗର ବଳା ପରସ୍ପର ସହ ବାମରୁ ଦକ୍ଷିଣ ଆଡ଼କୁ ଛନ୍ଦି ହୋଇ ପତାକାରେ ରହିଛନ୍ତି। ଉପରକୁ ନୀଳ, କଳା ଓ ନାଲିର ବଳାଗୁଡ଼ିକ ରହିଥିବା ବେଳେ ତାହା ତଳକୁ ହଳଦିଆ ଓ ସବୁଜ ବଳା ରହିଛି। ଏହି ବଳାଗୁଡ଼ିକ ଅଲିମ୍ପିକ୍ବାଦ ଦ୍ବାରା ସଂଯୁକ୍ତ ହୋଇଥିବା ଆଫ୍ରିକା, ଏସିଆ, ଆମେରିକା, ୟୁରୋପ ଓ ଓସିନିଆ(ଅଷ୍ଟ୍ରଲିଆ) ପରି ପାଞ୍ଚଟି ଆବାସଯୋଗ୍ୟ ମହାଦେଶର ପ୍ରତିନିଧିତ୍ବ କରେ। ତେବେ ବାରୋଁ ତାଙ୍କର ଏହି ଉଦ୍ଦେଶ୍ୟମୂଳକ ସର୍ଜନାକୁ ଏପରି ରୂପକଳ୍ପ ଦେଇଛନ୍ତି ଯେ, ୧୯୧୩ ମସିହାରେ ଏହାର ପ୍ରସ୍ତୁତି ବେଳେ ଅଲିମ୍ପିକ କ୍ରୀଡ଼ାରେ ଭାଗ ନେଉଥିବା ଦେଶମାନଙ୍କର ଜାତୀୟ ପତାକାଗୁଡ଼ିକରେ ଅତି କମ୍ରେ ଅଲିମ୍ପିକ ପତାକାରେ ରହିଥିବା ଛଅଟି(ଧଳାକୁ ମିଶାଇ) ରଙ୍ଗ ମଧ୍ୟରୁ ଗୋଟିଏ ନିଶ୍ଚିତ ରହିଛି। ବଡ଼ ଚମତ୍କାର ଏହି ଆନ୍ତର୍ଜାତିକ କ୍ରୀଡ଼ାର ସଂକେତ ବହନ କରୁଥିବା ଭ୍ରାତୃଭାବର ସମାହାର!
ଅଲିମ୍ପିକ୍ ପତାକାର ବଳା
/sambad/media/post_attachments/wp-content/uploads/2021/08/olympics.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)