ଲଣ୍ଡନ: ବ୍ରିଟେନ୍ର ଦୁଇ ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟିନୀ କେଲି ହୋମ୍ସ ନିଜକୁ ସମଲିଙ୍ଗୀ ଘୋଷଣା କରିଛନ୍ତି। ୫୨ ବର୍ଷୀୟା ହୋମ୍ସ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ୮୦୦ ଏବଂ ୧୫୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ଜଣେ ସମଲିଙ୍ଗୀ ବୋଲି ୧୭ ବର୍ଷ ବୟସରୁ ଜାଣିଥିବା ହୋମ୍ସ ରବିବାର ପ୍ରକାଶ କରିଛନ୍ତି। ଟାହି ଟାପରା ତଥା ସମାଜର ଭୟରେ ଏକଥାକୁ ଦୀର୍ଘ ଦିନ ହେବ ଲୁଚାଇ ରଖିଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ ଦୌଡ଼କୁଦରୁ ଅବସର ନେବା ପରେ ହୋମ୍ସ ବ୍ରିଟିସ୍ ସେନାରେ ଯୋଗଦେଇଥିଲେ। ଏକଥା ସାଧାରଣରେ ପ୍ରକାଶ କରିବା ପରେ ଦୀର୍ଘ ୨୮ ବର୍ଷ ଧରି ତାଙ୍କ ମୁଣ୍ଡ ଉପରେ ଥିବା ଏକ ବଡ଼ ବୋଝ ଦୂର ହୋଇଯାଇଥିବା ମଧ୍ୟ ହୋମ୍ସ ମନ୍ତବ୍ୟ ଦେଇଛନ୍ତି।
ଅଲିମ୍ପିଆନ୍ କେଲି ହୋମ୍ସ ସମଲିଙ୍ଗୀ
/sambad/media/post_attachments/wp-content/uploads/2022/06/s5f4h654fhs56fh45sf6hfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)